ଭୁବନେଶ୍ବର : ମିଶନ ଶକ୍ତି ମା’ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି । ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ମା’ମାନଙ୍କୁ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହୋଇଛି । ଏହାସହ ମିଶନ ଶକ୍ତି ମା’ମାନଙ୍କୁ ୟୁନିଫର୍ମ ଓ ବ୍ଲେଜର ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାର ଶୁଭାରମ୍ଭ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି । ୟୁନିଫର୍ମ ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତି ମହିଳା ସଦସ୍ୟଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ରାଜ୍ୟର ୭୦ ଲକ୍ଷ ମହିଳା ଏଥିରେ ଉପକୃତ ହେବେ । ସେହିପରି ଏସଏଚଜି ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଗ୍ରାମାଞ୍ଚଳ) ଓ ପରିଚାଳନା କମିଟି (ସହରାଞ୍ଚଳ) ସଦସ୍ୟଙ୍କୁ ବ୍ଲେଜର ପାଇଁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଭଳି ଭାବେ ଦେଢ଼ ଲକ୍ଷ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଓ ପରିଚାଳନା କମିଟି ସଦସ୍ୟାଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ । ମହିଳା ସଶକ୍ତିକରଣ ନେଇ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ୟୁନିଫର୍ମ ସହାୟତା ରାଶି ବାବଦରେ ୨୦୨୩-୨୪ରେ ମିଶନ ଶକ୍ତି ବିଭାଗକୁ ରାଜ୍ୟ ସରକାର ୭୩୦ କୋଟି ଟଙ୍କା ଦେବେ । ଏହି ବଜାର ମିଶନ ଶକ୍ତି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ଓ ସମୃଦ୍ଧ କରିବାରେ ସହାୟକ ହେବ । Post navigation ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା; ୧୨ ଘଣ୍ଟିଆ ବନ୍ଦ ଡାକରା ଐତିହ୍ୟ ସ୍ମୃତି ବାରବାଟୀ ଷ୍ଟାଡିୟମ ଭଙ୍ଗା ନଯାଉ: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର