ପୁରୀ: ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ। ପୁରୀ ଶ୍ରୀକ୍ଷେତ୍ର ସହ ରେଳ ଯୋଗେ ଯୋଡି ହେବ ପାତାଳୀ ଶ୍ରୀକ୍ଷେତ୍ର। ଆସନ୍ତାକାଲି ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ ଚଳାଚଳ କରିବ ଟ୍ରେନ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ସୋନପୁରକୁ ଯାତ୍ରୀବାହୀ ଟ୍ରେନଟି ଯିବା ବେଳେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ଅନୁଗୋଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବଲାଙ୍ଗିର, ବରଗଡ଼, ବିଛୁପାଲି, ନରସିଂହଗଡ଼ ଓ ସୋନପୁର ଷ୍ଟେସନରେ ରହିବ। ଏହି ଟ୍ରେନ ସପ୍ତାହକୁ ଥରେ ଗଡିବ। ହେଲେ ଆଗାମୀ ଦିନରେ ସବୁଦିନ ଗଡ଼ିବାର ସମ୍ଭାବନା ରହିଛି। Post navigation ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍ କେନ୍ଦ୍ର ଲୋକାର୍ପିତ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ