ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ଭବାନୀପାଟଣାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ କୃଷି ଓ ସମବାୟ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଓ ଲୋକସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ରାସ ବିହାରୀ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସପ୍ତମ ଓ ନବମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ସପ୍ତମ ଲୋକସଭାକୁ ସାଂସଦ ଭାବେ ସେ ନିର୍ବାଚିତ ହୋଇଥିଲେ । କୃଷି, ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ଭାବେ ସେ ଓଡ଼ିଶାର ବିକାଶ ଓ ଜନକଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ବିଶେଷକରି ଚାଷୀଙ୍କ ପାଇଁ ସମବାୟ ଋଣ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଦିଗରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା। ରାସ ବିହାରୀ ବେହେରାଙ୍କ ଅନ୍ୟ ଏକ ପରିଚୟ ହେଉଛି ସେ ଜଣେ ସାହିତ୍ୟିକ । ତାଙ୍କ ରଚିତ ଉପନ୍ୟାସ-ବିଜୟୀ ଓ ଭ୍ରମଣ ସାହିତ୍ୟ-ଅନନ୍ୟସୃଷ୍ଟି କାନାଡ଼ା ସଭିଙ୍କ ଗହଣରେ ବେଶ୍ ଲୋକାଦୃତ ହୋଇଥିଲା। Post navigation 70 Crore Fraud Case: ୭୦ କୋଟିରୁ ଅଧିକ ଟଙ୍କା ଠକେଇ; କୋଲକାତା ଟ୍ରେଡିଂ ସଂସ୍ଥାର ଓଡ଼ିଶା ମୁଖ୍ୟ ଈଶ୍ବର ବିନ୍ଧାଣୀଙ୍କ ଘରେ ଇଡି Central Team to Visit Ganjam Flood-Hit Areas: ଆଜି ଗଞ୍ଜାମ ବୁଲିବେ କେନ୍ଦ୍ରୀୟ ଟିମ୍