ଅକ୍ଟୋବର ମାସରେ ଦକ୍ଷିଣ ଓଡ଼ିଶା ଉପରେ ମାଡ଼ିଆସିଥିବା ସମ୍ଭାବ୍ୟ ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ଏବଂ ଜଳସମ୍ପଦ ବିଭାଗର ଭୂମିକା ପ୍ରତି ଗଭୀର ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ବାତ୍ୟା ପୂର୍ବରୁ ସତର୍କ ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନିକ ତତ୍ପରତା ଅଭାବରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ଜନସାଧାରଣଙ୍କୁ ଏକ ଅକଳନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ୍।

ସେ ସରକାର ଓ ଜଳସମ୍ପଦ ବିଭାଗକୁ ସମାଲୋଚନା କରି କହିଛନ୍ତି ଗତ ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ଥିଲା ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ରେଡ୍ ଆର୍ଲର୍ଟ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ଅକ୍ଟୋବର ୨୮ ତାରିଖରେ ଭଞ୍ଜନଗର, ସୋରଡ଼ା ଏବଂ ଧନେଇ ଜଳଭଣ୍ଡାର ପ୍ରାୟ ୮୦% ପୂର୍ଣ୍ଣ ଥିବାବେଳେ ପ୍ରବଳ ବର୍ଷା କାରଣରୁ ହଠାତ୍ ଜଳପ୍ରବାହ ବୃଦ୍ଧି ପାଇବାରୁ ଜଳଭଣ୍ଡାରଗୁଡ଼ିକର ଗେଟ୍ ଖୋଲାଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଜଳପ୍ରବାହ ବୃଦ୍ଧି ପାଇବା ପରେ ଜଳଭଣ୍ଡାରଗୁଡ଼ିକର ଗେଟ୍ ଖୋଲାଯାଇଥିଲା, କିନ୍ତୁ ଏହାର କୌଣସି ବି ଆଗୁଆ ସତକର୍ଷ ସୂଚନା ତଳି ଅଞ୍ଚଳର ଲୋକଙ୍କୁ ଦିଆଯାଇ ନଥିଲା। ଯାହାର ପରିଣାମସ୍ୱରୂପ ଗଞ୍ଜାମବାସୀଙ୍କ ପାଇଁ ଏକ ଭୟଙ୍କର ବିପର୍ଯ୍ୟୟ ଆସିଥିଲା ଏବଂ କେବେ ଦେଖିନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଲୋକ ଅକଥନୀୟ ଯନ୍ତ୍ରଣା ଭୋଗିବା ସହ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲେ।

ସେ ଆଉ ମଧ୍ୟ କହିଛନ୍ତି ଏହି ବିନା ଆଗୁଆ ସୂଚନାରେ ଜଳଭଣ୍ଡାରରୁ ପାଣି ଛଡ଼ାଯିବା ଫଳରେ ଗଞ୍ଜାମବାସୀଙ୍କ ପାଇଁ ଏକ ଭୟଙ୍କର ବିପର୍ଯ୍ୟୟ ଡାକି ଆଣିଥିଲା। ଏହା ଏକ ଅଭୂତପୂର୍ବ ଓ କେବେ ଦେଖାଯାଇ ନଥିବା ବନ୍ୟା ପରିସ୍ଥିତି ସୃଷ୍ଟି କଲା, ଯାହାଫଳରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଜନସାଧାରଣ ଅକଥନୀୟ ଯନ୍ତ୍ରଣା ଏବଂ ବିପୁଳକ୍ଷତିର ସମ୍ମୁଖୀନ ହେଲେ।

ଋଷିକୁଲ୍ୟା ନଦୀ ଅବବାହିକାରେ ଥିବା ମଧ୍ୟମଧରଣର ଜଳଭଣ୍ଡାର ଏବଂ ଶହ ଶହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (MIP), ଟାଉର୍ସନ୍ ୱିୟର୍ ଏବଂ ଚେକ୍ ଡ୍ୟାମ୍ ରହିଥିଲେ ମଧ୍ୟ ବାତ୍ୟା ବା ବନ୍ୟା ମୁକାବିଲା ପୂର୍ବରୁ ସେଗୁଡ଼ିକରୁ କାହିଁକି ଆଗୁଆ ଆବଶ୍ୟକ ପରିମାଣର ଜଳ ନିଷ୍କାସନ କରାଗଲା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଏହି ପରିସ୍ଥିତିକୁ ନେଇ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରି ସୁଜାତା ରାଉତ କାର୍ତ୍ତିକ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ପ୍ରଶ୍ନ କରିଛନ୍ତି ଯେ ଏପରି ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ କିଏ ଏବଂ ଏହି ମାନବକୃତ ଦୁର୍ଦ୍ଦଶା ପାଇଁ କିଏ ଦାୟୀ। ଲକ୍ଷ ଲକ୍ଷ ଲୋକଙ୍କ ଏହି ଦୁର୍ଦ୍ଦଶାର ଜବାବ ବିଜେପି ସରକାର ଦେବ କି ବୋଲି ସେ ଦୃଢ଼ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *