ଦୀପାବଳି ଅବସରରେ ବାଣ ଫୁଟାଇବାକୁ ନେଇ ଓଡ଼ିଶା ପ୍ରଦୂଷଣ ବୋର୍ଡ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । ପରିବେଶ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ଏହି ନିୟମାବଳୀ ପ୍ରସ୍ତୁତ କରିଛି । ନୂଆ ଗାଇଡ୍ଲାଇନ୍ ଅନୁଯାୟୀ, ଦୀପାବଳି ଦିନ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିବ । ଏହି ଦୁଇ ଘଣ୍ଟା ମଧ୍ୟରେ ମଧ୍ୟ କେବଳ ଗ୍ରୀନ୍ କ୍ରାକର୍ସ ବା ସବୁଜ ବାଣ ଫୁଟାଇବାକୁ ଅନୁମତି ରହିବ । ଏହାବ୍ୟତୀତ ମାଳ ବାଣ ଏବଂ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ କଟକଣା ଲଗାଯାଇଛି । ଏଭଳି ବାଣ ଫୁଟାଇବା ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବା ସହ ଶିଶୁ, ବୟସ୍କ ଏବଂ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ନିର୍ଦ୍ଧାରିତ ସମୟ ଓ ନିୟମ ମଧ୍ୟରେ ବାଣ ଫୁଟାଇବାକୁ ଗାଇଡ୍ଲାଇନ୍ରେ କୁହାଯାଇଛି । ସେହିପରି, ଲୋକମାନେ ବାଣ କିଣିବା ସମୟରେ ଅନୁମୋଦିତ ଗ୍ରୀନ୍ କ୍ରାକର୍ସକୁ ପ୍ରାଥମିକତା ଦେବା ସହ ନିଷିଦ୍ଧ ବାଣଠାରୁ ଦୂରେଇ ରହିବା ଆବଶ୍ୟକ । ଦୀପାବଳି ପାଳନ ସମୟରେ ପରିବେଶର ସୁରକ୍ଷା ଏବଂ ଅନ୍ୟମାନଙ୍କ ସୁବିଧା ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । Post navigation Ganjam Flood: ଓଡ୍ରାଫ୍ ଓ ପ୍ରଶାସନର ତତ୍ପରତାରୁ ଗର୍ଭବତୀ ମହିଳାଙ୍କ ଜୀବନ ସୁରକ୍ଷିତ Cyclone Threat Over BoB: ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା; ୬ ଘଣ୍ଟାରେ ଅବପାତ ସୃଷ୍ଟି ସମ୍ଭାବନା