OPSC Exam to Be Held as Scheduled, Says Revenue Minister Suresh Pujari

ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷା ପରୀକ୍ଷା ଘୁଞ୍ଚିବ ନାହିଁ, ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପରୀକ୍ଷା ଥରେ ଘୁଞ୍ଚାଇଲେ ପୁନର୍ବାର ଆୟୋଜନ କରିବାକୁ ପ୍ରାୟ ୬ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ପ୍ରଭାବିତ ଅଞ୍ଚଳର ସମସ୍ତ ପରୀକ୍ଷାର୍ଥୀ ଯେପରି ସୁରୁଖୁରୁରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ ।

ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ଦାୟିତ୍ୱ ସମ୍ପୃକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ (BDO) ମାନଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *