Floodwater Submerges NH-16 Disrupts Odisha-Andhra Connectivity

ଲଗାଣ ବର୍ଷା ଯୋଗୁଁ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ ଇଚ୍ଛାପୁରମ ନିକଟରେ ବନ୍ୟାଜଳ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଥିବାରୁ NH-୧୬ରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ବ୍ରହ୍ମପୁର ନିକଟରେ ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହଜାର ହଜାର ଟ୍ରକ୍‌ ଓ ଅନ୍ୟାନ୍ୟ ଯାନବାହନ ରାସ୍ତାରେ ଅଟକି ରହିଛି । ଇଚ୍ଛାପୁରମଠାରୁ ପ୍ରାୟ ୮ କିଲୋମିଟର ଦୂରରେ NH-୧୬ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି ।

ଏଭଳି ସ୍ଥିତିରେ ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ସମସ୍ତ ଯାନବାହନ ଚାଳକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଆଞ୍ଚଳିକ କାର୍ଯ୍ୟାଳୟ, ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହ ସ୍ଥାନୀୟ ପ୍ରଶାସନ ଓ କ୍ଷେତ୍ରୀୟ ଅଧିକାରୀଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ବନ୍ୟାଜଳ ପ୍ରବାହିତ ରାସ୍ତା ଦେଇ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *