ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ଟ୍ରେନ୍ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଅକ୍ଟୋବର ୨୯ ତାରିଖରେ ୮ଟି ଟ୍ରେନ୍ ଏବଂ ଅକ୍ଟୋବର ୩୦ ତାରିଖରେ ଗୋଟିଏ ଟ୍ରେନ୍‌ ବାତିଲ କରାଯାଇଛି । ଏଥିସହ ୧୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି ।

ଅକ୍ଟୋବର ୨୯ ତାରିଖରେ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା ୨୦୮୪୧ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍, ୨୨୮୧୯ ଭୁବନେଶ୍ୱର ନ୍ୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍, ୧୭୦୧୫ ଭୁବନେଶ୍ୱର ନ୍ୟୁ-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍, ୫୮୫୩୧ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର, ୫୮୫୩୨ ବିଶାଖାପାଟଣା-ଭୁବନେଶ୍ୱର ପାସେଞ୍ଜର, ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍, ୧୨୭୦୩ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ ଏବଂ ୧୮୪୪୭ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ । ସେହିପରି, ଅକ୍ଟୋବର ୩୦ ତାରିଖରେ ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ବାତିଲ ରହିବ ।

ଅନ୍ୟପକ୍ଷରେ, ୧୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଅନୁଗୋଳ-ସମ୍ବଲପୁର-ଟିଟିଲାଗଡ଼ ଲାଖୋଲି ଦେଇ ଚଳାଚଳ କରିବ । ୧୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍, ୧୨୮୬୩ ହାୱଡ଼ା-ଏସ୍‌ଏମ୍‌ଭିବି ବେଙ୍ଗାଲୁରୁ ଏକ୍ସପ୍ରେସ୍, ୧୨୨୫୪ ଭାଗଲପୁର-ଯଶବନ୍ତପୁର ଅଙ୍ଗ ଏକ୍ସପ୍ରେସ୍ ଏବଂ ୧୨୬୬୦ ଶାଲିମାର-ନାଗରକୋଏଲ ଗୁରୁଦେବ ଏକ୍ସପ୍ରେସ୍ ଅନୁଗୋଳ-ସମ୍ବଲପୁର-ରାୟଗଡ଼ା-ବିଜୟନଗରମ୍ ଦେଇ ଯିବ। ୦୬୫୬୬ ମାଲଦା ଟାଉନ୍ଏ-ସ୍‌ଏମ୍‌ଭିବି ଏକ୍ସପ୍ରେସ୍ କପିଳାସ ରୋଡ୍ଅ-ଅନୁଗୋଳ-ସମ୍ବଲପୁର-ରାୟଗଡ଼ା-ବିଜୟନଗରମ୍ ଦେଇ ଚଳାଚଳ କରିବ ।

ସେହିପରି, ୨୦୬୧୦ ତିରୁଚିରାପଲ୍ଲୀ-ନ୍ୟୁ ଜଳପାଇଗୁଡ଼ି ଅମୃତ ଭାରତ ଏକ୍ସପ୍ରେସ୍, ୨୨୮୬୪ ଏସ୍‌ଏମ୍‌ଭିବି-ହାୱଡ଼ା ଏସି ଏକ୍ସପ୍ରେସ୍, ୧୨୮୬୪ ଏସ୍‌ଏମ୍‌ଭିବି-ହାୱଡ଼ା ଏକ୍ସପ୍ରେସ୍ ଏବଂ ୨୨୬୦୬ ତିରୁନେଲଭେଲି-ପୁରୁଲିଆ ଏକ୍ସପ୍ରେସ୍ ବିଜୟନଗରମ୍-ଟିଟିଲାଗଡ଼-ଝାରସୁଗୁଡ଼ାଖଡ଼ଗପୁର ର ଦେଇ ଯିବ । ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଫାଲକନୁମା ସୁପରଫାଷ୍ଟ ଏକ୍ସପ୍ରେସ୍ ଏବଂ ୧୬୫୨୩ ଏସ୍‌ଏମ୍‌ଭିବି-ବାଲୁରଘାଟ ଏକ୍ସପ୍ରେସ୍ ବିଜୟନଗରମ୍ -ଟିଟିଲାଗଡ଼-ସମ୍ବଲପୁର-ଅନୁଗୋଳ-କଟକ ଦେଇ ଚଳାଚଳ କରିବ । ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ୍ ବିଜୟନଗରମ୍ -ସମ୍ବଲପୁର-ନରାଜ ମାର୍ଥାପୁର-ଖୋର୍ଦ୍ଧା ରୋଡ୍ ଦେଇ ଯିବାକୁ ଥିବାବେଳେ, ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ବିଜୟନଗରମ୍ -ସମ୍ବଲପୁର-ଭୁବନେଶ୍ୱରର ଦେଇ ଚଳାଚଳ କରିବ ।

By Nirvay

Leave a Reply

Your email address will not be published. Required fields are marked *