ରାଜଧାନୀ ଭୁବନେଶ୍ୱରରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ବାତ୍ୟା ଜନିତ ପ୍ରବଳ ପବନ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଓ ସହ ପୂଜା ପେଣ୍ଡାଲର ତୋରଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଡମଣା ଅଞ୍ଚଳରେ ଥିବା କ୍ଲବ୍ ଟାଉନ୍ ପଡ଼ିଆରେ ନିର୍ମିତ ଏକ ବିଶାଳ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ୍ ଭାଙ୍ଗିଯାଇଛି। ପ୍ରବଳ ପବନ ଯୋଗୁଁ ପ୍ରାୟ ୮୦ ଫୁଟ୍‌ରୁ ଅଧିକ ଉଚ୍ଚତାରେ ତିଆରି ହୋଇଥିବା ମା’ ଗଜଲକ୍ଷ୍ମୀଙ୍କ ଏହି ଭବ୍ଯ ତୋରଣ ଓ ପେଣ୍ଡାଲ୍ ମୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ତଳେ ପଡ଼ିଯାଇଛି।

ସେହିପରି ଶିଖରଚଣ୍ଡି ନଗର ସାମ୍ନାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକ ବିରାଟ ଗଛ ଉପୁଡ଼ି ପଡ଼ି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି। ଏହାଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *