ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ କୋଟିଆ ଗସ୍ତରେ ଯାଇଥିଲେ । ଗସ୍ତ ସାରି ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ ସିଂ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍ପି ରୋହିତ ବର୍ମାଙ୍କୁ କୋରାପୁଟ ସର୍କିଟ ହାଉସଠାରେ ସାକ୍ଷାତ କରିଥିଲେ । ଏହି ସମୟରେ ସମସ୍ତ ବିଷୟ ଅବଗତ କରିବା ସହ ପ୍ରଶାସନ କେଉଁ ସବୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସେ ନେଇ ଆଲୋଚନା କରିଥିଲେ । ତେବେ ଉକ୍ତ ଆଲୋଚନା ସ୍ଥଳକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସି ପିସିସି ସଭାପତି ଶ୍ରୀ ଦାସ ଓ ତାଙ୍କ ସହ ଥିବା ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଓ ଅଭିଜ୍ଞତା ଶୁଣିଥିଲେ । ଆଗକୁ କୋଟିଆକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବେ ବୋଲି ଶ୍ରୀ ସିଂହଦେଓ ପ୍ରତିଶ୍ରୁତି ଦେଇଥିଲେ । Post navigation Kotia Will Remain with Odisha: କୋଟିଆକୁ କୌଣସି ପରିସ୍ଥିତିରେ ଆନ୍ଧ୍ରକୁ ଦିଆଯିବନାହିଁ: ରାଜସ୍ବ ମନ୍ତ୍ରୀ