ମୁମ୍ବାଇର ବମ୍ବେ ଏକ୍ସବିସନ୍ ସେଣ୍ଟରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଏବଂ ପ୍ରସିଦ୍ଧ ‘ଇଣ୍ଡିଆ କେମ୍-୨୦୨୬’ର ଉଦ୍ଘାଟନୀ ଅଧିବେଶନ। ଏହି ଦ୍ୱିବାର୍ଷିକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଶିଳ୍ପ ବିକାଶ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ନୂଆ ସମ୍ଭାବନାର ଦ୍ୱାର ଖୋଲିବାକୁ ଯାଉଛି। ରସାୟନ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ନିବେଶ ଆକର୍ଷିତ କରିବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଏହାଦ୍ୱାରା ଓଡ଼ିଶାର ଶିଳ୍ପାୟନ ଏବଂ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ବୃହତ୍ ଅନ୍ତର୍ଜାତୀୟ ସମ୍ମିଳନୀଟି ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। Post navigation BBSR Durga Idol Immersion Today: ଆଜି ମା’ ଦୁର୍ଗାଙ୍କ ଭାସାଣି: ଅପରାହ୍ନ ୨ଟାରୁ ଭୁବନେଶ୍ବରରେ ଜାରି ହେବ ଟ୍ରାଫିକ୍ କଟକଣା 5 Baby Orangutans In Odisha: ଇଣ୍ଡୋନେସିଆ ଯିବେ ଓଡ଼ିଶାରୁ ଉଦ୍ଧାର ୫ ଓରାଙ୍ଗଉଟାନ୍ ଶାବକ !