Odisha’s Payal Nag Wins Silver Medal at Asian Para Games
ଏସୀୟ ପାରା କ୍ରୀଡ଼ାରେ ଚମକିଛନ୍ତି ଓଡ଼ିଶା ଝିଅ ପାୟଲ ନାଗ୍‌ । ମହିଳା ପାରା କମ୍ପାଉଣ୍ଡ ଆର୍ଚେରୀ ଡବଲ୍ସ ଇଭେଣ୍ଟରେ ପାୟଲ ନାଗ୍‌ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।
 
ଏହି ଇଭେଣ୍ଟରେ ପାୟଲ ନାଗ୍‌ଙ୍କ ସହ ଭାରତର ଅନ୍ୟତମ ପାରା ତୀରନ୍ଦାଜ ଶୀତଳା ଦେବୀ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ।
 
ଏସୀୟ ପାରା କ୍ରୀଡ଼ା ଆଇଚି-ନାଗୋୟା ୨୦୨୬ର ମହିଳା କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ଭାରତର ଶୀତଳା ଦେବୀ ଓ ପାୟଲ ନାଗ୍‌ ରୌପ୍ୟ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚୀନ୍‌ର ଜୁ ଜୁଏକିଙ୍ଗ୍‌ ଓ ଝାଓ ଜିଙ୍ଗ୍‌ଙ୍କ ଠାରୁ ୧୪୧-୧୫୦ ପଏଣ୍ଟରେ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି।
 
ଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚୀନ୍‌ର ଖେଳାଳିଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଶେଷରେ ବିଜୟ ହାସଲ କରିପାରି ନଥିଲେ । ତଥାପି ରୌପ୍ୟ ପଦକ ଜିତି ଉଭୟ ଖେଳାଳି ଭାରତ ପାଇଁ ଗୌରବ ଆଣିଛନ୍ତି ।
 
ପାୟଲଙ୍କ ଏହି ଉପଲବ୍ଧି ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇଦେଇଛି ।

By Nirvay

Leave a Reply

Your email address will not be published. Required fields are marked *