CJP କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡି ସୁପ୍ରମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ CJPକୁ ସମର୍ଥନ ଜଣାଇବା ପରେ ଶାସକ ଦଳ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ମାମଲାରେ ନବୀନଙ୍କ ଆଭିମୁଖ୍ୟକୁ ନେଇ କଡ଼ା ଭାଷାରେ ଆକ୍ରମଣ କରିବା ସହ ତାଙ୍କୁ ସମାଲୋଚନା କରିଛନ୍ତି।

ମନମୋହନ ସାମଲ କହିଛନ୍ତି ଯେ ବିରୋଧୀ ଦଳ ନେତା ସମ୍ପୂର୍ଣ୍ଣ ଦିଗହରା ହୋଇ ଦିଶାହୀନ ଭାବେ ବୁଲୁଛନ୍ତି ଏବଂ କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ସେ କଥା ନିଜେ ମଧ୍ୟ ଜାଣିପାରୁନାହାନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ କିଛି ଆତ୍ମଘୋଷିତ ନେତା ଦେଶର ସ୍ୱାର୍ଥ ଅପେକ୍ଷା ନିଜର ସ୍ୱାର୍ଥକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନ କରିବା କଥାକୁ ରାଜ୍ୟବାସୀ କେବେହେଲେ ହଜମ କରିପାରିବେ ନାହିଁ ଏବଂ ଦେଶ ଭିତରେ ରହି ଦେଶ ବିରୋଧରେ କହିଲେ ତାହାକୁ କୌଣସି ସ୍ଥିତିରେ ସହ୍ୟ କରାଯିବ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଆଗକୁ ଆହୁରି ସରଗରମ ହେବାର ସମ୍ଭାବନା ଦେଖାଦେଇଛି।

 

Leave a Reply

Your email address will not be published. Required fields are marked *