ଆଜି ମଧ୍ୟାହ୍ନରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏକ ବଡ଼ଧରଣର ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଆହ୍ୱାନ କରାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବହୁ ପଦସ୍ଥ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ। ଏହାସହ ଟ୍ବିନ୍ ସିଟି ଅର୍ଥାତ୍ ଭୁବନେଶ୍ୱର-କଟକ ପୋଲିସ କମିଶନର ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗନେବେ। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଏବଂ ଆଗାମୀ ପଦକ୍ଷେପଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀ ଏହି ବୈଠକରେ କିଛିକିଛି କଡ଼ା ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆଶା କରାଯାଉଛି। Post navigation Odisha’s Arpita in BJP Yuva Morcha’s National Team: ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଟିମ୍ରେ ଓଡ଼ିଶାର ଅର୍ପିତା ଅପରାଜିତା ବଡ଼ଜେନା Vijayadashami Celebrations Today: ଆଜି ପବିତ୍ର ବିଜୟାଦଶମୀ