ଚଳିତ ବର୍ଷ ରାଜ୍ୟରେ ସାମ୍ପ୍ରତିକ ଲଗାଣ ବର୍ଷା ଓ ବନ୍ୟାଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଦୁର୍ଗା ପୂଜା ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ଚାଷୀ ଭାଇ ଓ ଭଉଣୀମାନଙ୍କର ଫସଲ ନଷ୍ଟ ହୋଇଥିବାରୁ ସେମାନଙ୍କର ସମସ୍ୟା ଓ ଦୁଃଖକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ମର୍ମାହତ ଅଛନ୍ତି।

ରାଜ୍ୟବାସୀଙ୍କ ଏହି କଠିନ ସମୟରେ ସହାନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚଳିତ ଦୁର୍ଗା ପୂଜା ଏବଂ ଦଶହରା ଅବସରରେ କୌଣସି ପୂଜା ମଣ୍ଡପ ବୁଲି ଦର୍ଶନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ସବ ପାଳନ ଅପେକ୍ଷା ପ୍ରଭାବିତ ଅଞ୍ଚଳର ସ୍ଥିତି ସୁଧାରିବା ଏବଂ ଚାଷୀମାନଙ୍କୁ ସହାୟତା ଯୋଗାଇଦେବା ପ୍ରତି ସରକାର ଅଧିକ ପ୍ରାଥମିକତା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *