କଟକ ଇନଡୋର ଷ୍ଟାଡିୟମଠାରେ ବିଶାଳ ‘ଯୁବ ନେତୃତ୍ୱ ସମାବେଶ’ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ର ସଂସଦ ନିର୍ବାଚନରେ ABVPର ବିଶାଳ ବିଜୟ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଓ ଯୁବ ସାଥୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା କେବଳ ଗୋଟିଏ ନିର୍ବାଚନ ଜିତିବା ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ପ୍ରତି ଓଡ଼ିଶାର ଯୁବପିଢ଼ିର ଆସ୍ଥା ଓ ଅଗାଧ ଭରସାର ଏକ ବଡ଼ ପ୍ରମାଣ। ରାଜ୍ୟର ଯୁବପିଢ଼ି କୌଣସି ନକାରାତ୍ମକ ଚିନ୍ତାଧାରା ସହ ନାହାନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି, କାରଣ ଗଣତନ୍ତ୍ରର ପ୍ରକୃତ ଶକ୍ତି ହେଉଛନ୍ତି ଯୁବଶକ୍ତି।

ସେ କହିଛନ୍ତି ମଧ୍ୟ କହିଛନ୍ତି ପୂର୍ବ ସରକାର ୨୦୧୭ ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେଇଥିବା ବେଳେ, ବର୍ତ୍ତମାନର ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି। ସେତେବେଳର ଛାତ୍ର ନେତାରୁ ଆଜି ବିଧାୟକ ହୋଇଥିବା ବିରୋଧୀ ନେତାମାନେ ସେତେବେଳେ ନିର୍ବାଚନ ବନ୍ଦ ସମୟରେ କାହିଁକି ଚୁପ୍ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଆମ ସରକାର ବିଗତ ଅଢ଼େଇ ବର୍ଷ ମଧ୍ୟରେ ଛାତ୍ର ଓ ଯୁବବର୍ଗଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରିବା ସହ KG ରୁ PG ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିଛନ୍ତି।

ଏହି ସମାବେଶରେ ରାଜସ୍ବ ମନ୍ତ୍ରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ ଓ ଛାତ୍ରନେତା ଉପସ୍ଥିତ ଥିଲେ। ଏଥିରେ ଛାତ୍ର ସଂସଦ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା, ଯେଉଁଥିରେ ବାଣୀବିହାରର ନବ ନିର୍ବାଚିତ ସଭାପତିଙ୍କ ସମେତ ବିପୁଳ ସଂଖ୍ୟାରେ ଯୁବ ସାଥୀ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *