ଢେଙ୍କାନାଳ ବନ ବିଭାଗରେ ସାମ୍ନାକୁ ଆସିଛି ଏକ ବଡ଼ ଧରଣର ସରକାରୀ ଅର୍ଥ ହଡ଼ପ ମାମଲା। ଦୀର୍ଘ ୧୦ ବର୍ଷ ଧରି ବଞ୍ଚିତ ବନ କର୍ମଚାରୀଙ୍କ ଦରମା ଓ ପେନସନ୍ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ DFO ଅଫିସର ବରିଷ୍ଠ କିରାଣି ସୁଜିତ ଜେନା, ତାଙ୍କ ସମ୍ପର୍କୀୟ ଭାଇ ରଶ୍ମିରଞ୍ଜନ ସ୍ୱାଇଁ ଏବଂ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟ ସୌମ୍ୟରଞ୍ଜନ ବେହେରା। ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ମିଳିମିଶି ବନ ବିଭାଗର ସରକାରୀ ପାଣ୍ଠିରୁ ପ୍ରାୟ ୬୫ ଲକ୍ଷ ଟଙ୍କା ହଡ଼ପ କରି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବରିଷ୍ଠ କିରାଣି ସୁଜିତ ଜେନା ନିଜ ମାଆଙ୍କ ଆକାଉଣ୍ଟକୁ ବେଆଇନ୍ ଭାବେ ପ୍ରାୟ ୮ ଲକ୍ଷ ୭୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏହି ବିଶାଳ ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। Post navigation New Odisha Governor Takes Oath: ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ Kotia Dispute: କୋଟିଆରେ ଆନ୍ଧ୍ରର ନିର୍ବାଚନ; ବେଆଇନ ଉଦ୍ୟମକୁ ରୋକିବ ଓଡ଼ିଶା, ନଜର ରଖିବାକୁ RDCଙ୍କୁ ନିର୍ଦ୍ଦେଶ