ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ଆଜି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନସ୍ଥିତ କନଭେନସନ ହଲ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବରେ ଗୋପନୀୟତାର ଶପଥ ନେଇଛନ୍ତି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ବିଧାୟକ, ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ବର୍ତ୍ତମାନ ଝାଡ଼ଖଣ୍ଡର ଲାତେହାର ଜିଲ୍ଲା ଚାନ୍ଦୱାଠାରେ ଜନ୍ମଗ୍ରହଣ କରିଥିବା ବ୍ରଜମୋହନ ରାମ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବୃତ୍ତିରେ ଜଣେ କୃଷିଜୀବୀ ଥିବା ବ୍ରଜମୋହନ ୧୯୯୧ ମସିହାରେ ବିଜେପି ଟିକେଟରେ ବିହାର ବିଧାନସଭା ନିର୍ବାଚନ ଜିତି ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ ଏବଂ ୧୯୯୫ ପର୍ଯ୍ୟନ୍ତ ବିଧାନସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ ଲଗାତାର ତିନିଥର ପଲାମୁ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପରେ ଝାଡ଼ଖଣ୍ଡର ଦ୍ୱିତୀୟ ବିଜେପି ନେତା ଭାବେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। Post navigation Kolkata Durga Puja Tragedy: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟାରେ ୧୯ ମୃତ; ୨୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ Dhenkanal Forest Dept Fraud: ୬୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍; ଢେଙ୍କାନାଳ DFO ଅଫିସ ବରିଷ୍ଠ କିରାଣିଙ୍କ ସମେତ ୩ ଗିରଫ