BCJD Wins Over 60 percent of Colleges and 50 percent of Universities: Naveen Patnaik
ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତା ମାନଙ୍କ ଗହଳି ଆଜି ଦିନ ସାରା ନବୀନ ନିବାସ ରେ ଲାଗି ରହିଛି । ରାଜ୍ୟର ବିଭିନ୍ନ ଅଂଚଳର ବିଜୟୀ ବିଜୁ ଛାତ୍ର ଜନତା ଦଳ ନେତା ମାନେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି । ପଟ୍ଟନାୟକ ପିଲା ମାନଙ୍କୁ ପାଠ ପଢା ଉପରେ ଗୁରୁତ୍ୱ ଦେବା ସହ କଲେଜର ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ପଟ୍ଟନାୟକ କହିଥିଲେ ଯେ ସମ୍ପ୍ରତି ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ 60 ପ୍ରତିଶତ ରୁ ଅଧିକ କଲେଜ ରେ ଓ 50 ପ୍ରତିଶତ ରୁ ଅଧିକ ବିଶ୍ୱ ବିଦ୍ୟାଳୟ ରେ ବିଜୟ ଲାଭ କରିଛି । ରାଜ୍ୟ ବିଜେପି ସରକାର ଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ୱେ ପିଲା ମାନେ ବିଜୁ ଜନତା ଦଳ ଆଦର୍ଶ ରେ ବିଶ୍ୱାସ ରଖି ଏହି ବିପୁଳ ବିଜୟ ଆଣି ଥିବାରୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
 
ସୂଚନାଯୋଗ୍ୟ ଯେ 344 କଲେଜ ରେ ନିର୍ବାଚନ ଘୋଷଣା କରାଯାଇଥିଲେ ମଧ୍ୟ 286 ର ଫଳ ପ୍ରକାଶ ପାଇଛି । ତା ମଧ୍ୟ ରୁ 173 ଟି କଲେଜ ରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାଥୀ ମାନେ ବିଜୟୀ ହୋଇଛନ୍ତି ।
 
ସେହିପରି ରାଜ୍ୟର 13 ଟି ବିଶ୍ଵବିଦ୍ୟାଳୟ ମଧ୍ୟରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ନିର୍ବାଚନ ବାତିଲ ହୋଇଥିଲା । ଖଲିକୋଟ ବିଶ୍ୱବିଦ୍ୟାଳୟ ରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସଦନ ଆଇନ ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ଵାବିଦ୍ୟାଳୟ ନର୍ଥ ଓଡିଶା ବିଶ୍ୱବିଦ୍ୟାଳୟ ଓ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ବିଶ୍ୱ ବିଦ୍ୟାଳୟ ରେ ବିଜୟ ଲାଭ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *