ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ବସନ୍ତ ରାଉଳଙ୍କ ଚିକିତ୍ସାକୁ ନେଇ ସୃଷ୍ଟି ହୋଇଥିବା ଜରୁରୀ ସମସ୍ୟା ଉପରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି । ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ବସନ୍ତ ରାଉଳଙ୍କ ନିକଟରେ ଆୟୁଷ୍ମାନ ଭାରତ କାର୍ଡ ଥିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ବେଆଇନ ଭାବେ ଚିକିତ୍ସା ପାଇଁ ଅର୍ଥ ଦାବି କରୁଛନ୍ତି । ଏପରି ଅଭିଯୋଗକୁ ସେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ରୋଗୀଙ୍କ ଚିକିତ୍ସା ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ମାଗଣା ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛନ୍ତି । Post navigation 10,000 Police Personnel to Be Recruited: ଆସନ୍ତା ଫେବୃୟାରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ Tata Steel Friendship Cup Football Tournament: କଳିଙ୍ଗ ଷ୍ଟାଡିୟମରେ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ