10,000 Police Personnel to Be Recruited by February Next Year
ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ନିଯୁକ୍ତି ହେବେ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜି) ବିନୟତୋଷ ମିଶ୍ର ।
 
ରାଜ୍ୟରେ ପୋଲିସ ବାହିନୀକୁ ଆହୁରି ସୁଦୃଢ଼ କରିବା ଏବଂ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ଏହି ନିଯୁକ୍ତି ପ୍ରକ୍ରିୟା ଗୁରୁତ୍ୱ ବହନ କରୁଛି ।
 
ଏହାସହ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ମଧ୍ୟ ପୋଲିସ ବିଭାଗ ଗୁରୁତ୍ୱ ଦେଉଥିବା ଡିଜି ସୂଚନା ଦେଇଛନ୍ତି। ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ରହିଛି ବୋଲି ସେ କହିଛନ୍ତି ।
 
ବଢ଼ୁଥିବା ଡିଜିଟାଲ ଅପରାଧକୁ ରୋକିବା, ଅଭିଯୋଗର ତ୍ୱରିତ ତଦନ୍ତ କରିବା ଏବଂ ଅପରାଧୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ସାଇବର ଥାନାଗୁଡ଼ିକ କାର୍ଯ୍ୟ କରୁଛି । ପୋଲିସ ବାହିନୀରେ ନୂତନ ନିଯୁକ୍ତି ସହ ଆଇନଶୃଙ୍ଖଳା ଓ ସାଇବର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।
 
ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜି) ବିନୟତୋଷ ମିଶ୍ର, ସମ୍ବଲପୁର ପୋଲିସ ଟ୍ରେନିଂ ସେଣ୍ଟରରେ ଆୟୋଜିତ ନବନିଯୁକ୍ତ କନଷ୍ଟେବଳମାନଙ୍କ ପାସିଂ ଆଉଟ୍ ସମାରୋହରେ ଯୋଗଦେଇ ଏହା କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *