ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକାଠି ଦିଲ୍ଲୀ ଗସ୍ତ କରିଛନ୍ତି। ବିମାନ ଯାତ୍ରା ସମୟରେ ଦୁଇ ନେତାଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ରୋଚକ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏହି ଗସ୍ତ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆଜି ରାତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦିଲ୍ଲୀ ଯାତ୍ରା କଲି। ଯାତ୍ରା ସମୟରେ ସାରା ରାସ୍ତା ଅତ୍ୟନ୍ତ ରୋଚକ ଆଲୋଚନା ହେଲା।

ସଂସଦୀୟ କ୍ଷେତ୍ରର ପ୍ରତିନିଧି ଏବଂ ରାଜ୍ୟର ମୁଖ୍ୟଙ୍କ ଏହି ଏକଜୁଟ୍ ଯାତ୍ରା ଶାସନ ବ୍ୟବସ୍ଥାରେ ଏକ ସକାରାତ୍ମକ ଓ ଗତିଶୀଳ ବାର୍ତ୍ତା ପହଞ୍ଚାଇଛି।

Leave a Reply

Your email address will not be published. Required fields are marked *