ଗୁରୁବାର ରାଜ୍ୟବାସୀଙ୍କ ନଜର ଥିଲା ତିନୋଟି ଗୁରୁତ୍ବପୂର୍ଣ ଘଟଣାବଳୀ ଉପରେ। ସୁପ୍ରିମ୍‌କୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା ଏବଂ ଦାରା ସିଂ ମୁକ୍ତି ଆବେଦନ ମାମଲା ଥୁଲାବେଳେ ଓଡ଼ିଶା-ଛତିଶଗଡ଼ ମଧ୍ଯରେ ମହାନଦୀ ଜଳ ବିବାଦକୁ ନେଇ କ’ଣ ନିଷ୍ପତ୍ତି ଆସୁଛି ତା’ ଉପରେ ମଧ୍ୟ ସମସ୍ତେ ନଜର ରଖିଥିଲେ।

ହେଲେ ଏହି ତିନୋଟି ମାମଲା ଘୁଞ୍ଚିଛି। ଓଡ଼ିଶା ଡିଜିପି ନିଯୁକ୍ତି ମାମଲା ନେଇ ଶୁଣାଣି ଘୁଞ୍ଚିଛି, ଆସନ୍ତା ୨୨ରେ ସୁପ୍ରିମ୍‌କୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି। ସେହିପରି ସୁପ୍ରିମ୍‌କୋର୍ଟରେ ଦାରା ସିଂ ମୁକ୍ତି ମାମଲାର ଶୁଣାଣି ମଧ୍ୟ ଘୁଞ୍ଚିଛି । ତିନି ସପ୍ତାହ ପରେ ମାମଲାର ଶୁଣାଣି ହେବ। ଅନ୍ୟପଟେ ଓଡ଼ିଶା-ଛତିଶଗଡ଼ ମଧ୍ଯରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ୨୮ ତାରିଖକୁ ଘୁଞ୍ଚିଛି।

ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ଆସିଛି ନୂଆ ମୋଡ଼। ଗୁରୁବାର ଏହି ମାମଲାର ଶୁଣାଣି ହେବାର ଥିଲା। ତେବେ ସୁପ୍ରିମ୍‌କୋର୍ଟ ଏହାକୁ ସେପ୍ଟେମ୍ବର ୨୨କୁ ଘୁଞ୍ଚାଇ ଦେଇଛନ୍ତି । ଡିଜିପି ଚୟନ ଓ ନିଯୁକ୍ତିକୁ ନେଇ ଆଡ୍‌ ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସରକାରଙ୍କ ପକ୍ଷ ରଖି କହିଛନ୍ତି ଯେ ଏହି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ୨୨କୁ ଧାର୍ଯ୍ୟ କରିଛନ୍ତି ।

ଆଡ୍‌ ଭୋକେଟ ଜେନେରାଲ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଡିଜିପି ନିଯୁକ୍ତିକୁ ନେଇ ପ୍ରକାଶ ସିଂ ରାୟର ଉଙ୍ଗୁ ଘନ କରିନାହାନ୍ତି । କିଛି ନ୍ୟସ୍ତ ସାର୍ଥ ଗୋଷ୍ଠୀ ଡିଜିପି ଚୟନ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ଚାହୁଁଛନ୍ତି, ଭ୍ରମାତ୍ମକ ସୂଚନା ପ୍ରକାଶ କରୁଛନ୍ତି । ମେ’ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସ୍‌ସିକୁ ତାଲିକା ପଠାଯାଇଥିଲା। ଅଗଷ୍ଟ ମାସରେ ୟୁପିଏସ୍‌ସି ପ୍ୟାନେଲ ବୈଠକ ବସିଥିଲା। ବୈଠକରେ କିଛି ଅଗ୍ରଗତି ବିଷୟରେ ସରକାର ୟୁପିଏସ୍‌ ସିକୁ ଅବଗତ କରାଇଥିଲେ । ଡିଜିପି ଚୟନ ଏବଂ ନି ଯୁକ୍ତି କୁ ନେଇ ମେ’ ମାସରୁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ଆଇନ୍‌ ସମ୍ମତ।

ସେହିପରି ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଏବଂ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ ଦାରା ସିଂ ମୁକ୍ତି ଆବେଦନ ଶୁଣାଣି ଘୁଞ୍ଚିଛି । ଦାରା ସିଂଙ୍କ ଓକିଲ ସମୟ ମାଗିଥିବା କାରଣରୁ ଏହାକୁ ୩ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡର ରି ପୋର୍ଟ କୁ ସୁପ୍ରିମ୍‌ କୋର୍ଟକୁ ପ୍ରଦାନ କରାଯାଇଛି। ବୋର୍ଡ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିବା ସହ ଏହା ଅଶାନ୍ତ ମାହୋଲ ସୃଷ୍ଟି କରିବ ବୋଲି ଉଲ୍ଲେଖ କରିଛି। ତେବେ ଦାରାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନ୍‌ଜୀବୀ ଏପି ସିଂ ଏହି ରିପୋର୍ଟର ପୁଙ୍ଖାନୁପୁଙ୍ଖ ତର୍ଜମା ପାଇଁ ୩ ସପ୍ତାହ ସମୟ ମାଗିଛନ୍ତି ।

ମହାନଦୀ ଜଳ ବିବାଦ ସମସ୍ୟା ନେଇ ଗଠିତ ହୋଇ ଟ୍ରିବ୍ୟୁନାଲର ଗୁରୁବାର ଶୁଣାଣିରେ ଉଭୟ ପକ୍ଷର ତଥ୍ୟକୁ ଆଧାର କରି ଏହାର ପରବର୍ତ୍ତୀ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଟ୍ରିବ୍ୟୁନାଲଙ୍କ ନିକଟରେ ଉଭୟ ରାଜ୍ୟର ବୈଷୟିକ କମିଟି ଜଳ ବିବାଦ ସମସ୍ୟା ତୁଟାଇବା ପାଇଁ ତଥ୍ୟ ଦାଖଲ କରିଛି । ଏହା ଉପରେ ତର୍ଜମା କରି ଟ୍ରିବ୍ୟୁନାଲ ୨ ପକ୍ଷର ଦାବି ଉପରେ ବିଚାର କରିବା ପାଇଁ ଆଗାମୀ ୨୮ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି ବୋଲି ଓଡ଼ିଶାର ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଆଡଭୋକେଟ ଜେନେରାଲଙ୍କ ସୂଚନା ଅନୁଯାୟୀ ଓଡ଼ିଶା– ଛତିଶଗଡ ଗଡ ରାଜ୍ଯ ମଧ୍ଯରେ ମହାନଦୀ ଜଳ ବଣ୍ଟନକୁ ନେଇ ହୋଇଥିବା ବିବାଦ ଟ୍ରିବ୍ୟୁନାଲରେ ବିଚାରନ ଥିଲେ ମଧ୍ୟ ଏହାର ନିଷ୍ପତ୍ତି ଉଭୟ ରାଜ୍ୟର ସହମତି ଉପରେ ନିର୍ଭର କରି ଥାଏ। ଏ ପର୍ଯ୍ୟନ୍ତ ଦେଶରେ କୌଣସି ନଦୀ ଟ୍ରିବ୍ୟୁନାଲରେ ଫଇସଲା ହୋଇପାରୁନାହିଁ । ଭବିଷ୍ୟତରେ ଏହା ହେବାର ଆଶା ମଧ୍ଯ ନାହିଁ । ଓଡ଼ିଶା- ଛତିଶଗଡ ମଧ୍ୟରେ ମହାନଦୀ ଜଳ ବଣ୍ଟନ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା ରିଛନ୍ତି। ବୈଷୟିକ କମିଟି ରିପୋର୍ଟ ଦିଆଯାଇଛି। ୨୧ ତାରିଖ ଦିନ କେନ୍ଦ୍ରୀୟ ଜଳ କମିଶନଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ଏହାପରେ ୨୮ ତାରିଖ ଦିନ ଶୁଣାଣିରେ ବିବାଦର ସମାଧାନ ଘଟିପାରେ ବୋଲି ଏଜି କହିଛନ୍ତି ।

 

 

Leave a Reply

Your email address will not be published. Required fields are marked *