ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରଠାରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ “ସେବାରେ ମୋର ଯୋଗଦାନ” କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ନିଜେ ଚାରାରୋପଣ କରିବା ସହ ରାଜ୍ୟବାସୀଙ୍କୁ ପରିବେଶ ସୁରକ୍ଷାର ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି।

​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଏବଂ ତାଙ୍କର ୨୫ ବର୍ଷର ନିରବଚ୍ଛିନ୍ନ ଜନସେବାର ମହାନ ଯାତ୍ରାକୁ ସମ୍ମାନ ଜଣାଇ ଏହି ବିଶେଷ ଅଭିଯାନର ଶୁଭାରମ୍ଭ କରାଯାଇଛି।

ବୃକ୍ଷରୋପଣ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଓ ପରିବେଶର ସୁରକ୍ଷା ହିଁ ସମାଜର ପ୍ରକୃତ ସେବା। ‘ବିକଶିତ ଭାରତ ୨୦୪୭’ର ସଂକଳ୍ପକୁ ସାକାର କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଛୋଟ ଛୋଟ ଯୋଗଦାନ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସମସ୍ତ ନାଗରିକ ନିଜ ନିଜ ସ୍ତରରେ ସେବାଦାନ କରି ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *