ରାଜସ୍ଥାନ ପୌର ନିର୍ବାଚନ ଫଳ ପ୍ରକାଶ ପାଇଛି। ଶାସକ ଭାରତୀୟ ଜନତା ପାର୍ଟି ଏକ ନମ୍ବର ଦଳ ହୋଇଛି। ରାହୁଲ ଗାନ୍ଧୀଙ୍କ ଗୁଂଜମୁଂଜ୍ କାର୍ଯ୍ୟକ୍ରମ କଂଗ୍ରେସକୁ କିଛି ସାହାଯ୍ୟ କରିପାରି ନାହିଁ । କିନ୍ତୁ ଜନତା ଶାସକ ଭାଜପା ଲାଗି ବିପଦ ଘଣ୍ଟି ବଜାଇ ଦେଇଛନ୍ତି। ପରୋକ୍ଷରେ ଏହା ଓଡ଼ିଶା ଭାଜପା ଲାଗି ସତର୍କ ଘଣ୍ଟି ।

ଭାଜପା ରାଜସ୍ଥାନରେ ଏକ ନମ୍ବର ଦଳ ହୋଇଛି ସତ । କିନ୍ତୁ ଯେଉଁ ସହରାଞ୍ଚଳଗୁଡ଼ିକ ଭାଜପାର ଗଡ଼ ଥୁଲା, ସେଇଠି ଶାସକ ଦଳ ଝଟ୍‌କା ଖାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା, ରାଜ୍ୟ ସଭାପତି ମଦନଲାଲ ରାଠୋର୍, ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ୱାଲଙ୍କ ସହରରେ ଭାଜପା ଯେଉଁ ଝଟକା ଖାଇଛି, ତାହା ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଜାଗିବା ନହେଲା ବୁଡ଼ିବା ସଂକେତ ଦେଉଛି। ଅବଶ୍ୟ କଂଗ୍ରେସର ଦୁର୍ଦ୍ଦଶା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଭଜନଲାଲ୍ ପ୍ରଥମ ଥର ଗାଦି ସମ୍ଭାଳିଛନ୍ତି । କିନ୍ତୁ ତାଙ୍କ ସହର ଭରତପୁରରେ ୬୫ଟି ୱାର୍ଡ଼ରୁ ୨୦ଟି ଜିତିଛି ଭାଜପା । ଅଜମେର୍ ୩୬ ବର୍ଷ ଧରି ଭାଜପାର ଗଡ଼ ଥିଲା। କିନ୍ତୁ ଭାଜପାକୁ ଶକ୍ତ ଧକ୍କା ଦେଇଛି ଅଜମେର । ରାଜଧାନୀ ଜୟପୁରରେ ଯଦି ଓ ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି, ତଥାପି ଏହାର ଗଡ଼ ଦୋହଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଝଲ୍‌ଓ୍ବାର ପୌର ପରିଷଦରେ କଂଗ୍ରେସ ବିଜୟ ହାସଲ କରିଛି । ଭାଜପାର ନାମୀଦାମୀ ନେତା ଓ ମନ୍ତ୍ରୀଙ୍କ ଗଡ଼ରେ ଦଳ ଦୋହଲିଛି। ତେବେ କଂଗ୍ରେସର ବିଫଳତାରୁ ଫାଇଦା ମିଳିଛି ଆପ୍ ଓ ମାକପାକୁ।

ଯଦିଓ ପ୍ରଧାନମନ୍ତ୍ରୀ କଂଗ୍ରେସର ନେଗେଟିଭ୍ ପ୍ରଚାର ସତ୍ତ୍ୱେ ଭାଜପାର ସଫଳତାରେ ଖୁସିବ୍ୟକ୍ତ କରିଛନ୍ତି, କିନ୍ତୁ ଦୁର୍ଗ ଦୋହଲି ଯାଉଥିବା ଭାଜପା ହାଇକମାଣ୍ଡ ଅନୁଭବ କରିଥିବା ସୂଚନା ମିଳିଛି ।

ରାଜସ୍ଥାନ ଫଳ ଓଡ଼ିଶା ଭାଜପା ପାଇଁ ମଧ୍ୟ ବଡ଼ ସଙ୍କେତ ଦେଉଛି। ରାଜସ୍ଥାନର ଭଜନଲାଲ୍‌ ଙ୍କ ପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଥମ ଥର କ୍ଷମତାସୀନ ହୋଇଛନ୍ତି । ରାଜସ୍ଥାନରେ ଭାଜପା ଅନେକ ଥର କ୍ଷମତା ଚାହି ସାରିଛି। କିନ୍ତୁ ଓଡ଼ିଶାରେ ଏହା ଭାଜପାର ପ୍ରଥମ ସରକାର। ମାତ୍ର ଅଢ଼େଇ ବର୍ଷ ଭିତରେ ଭାଜପା ସରକାରଙ୍କ ଲୋକପ୍ରିୟତା କମିବା ବଡ଼ ଚିନ୍ତାର କାରଣ ହେବାକୁ ଯାଉଛି। ଓଡ଼ିଶା ଅପେକ୍ଷା ରାଜସ୍ଥାନରେ ଭାଜପାର ସାଂଗଠନିକ ଶକ୍ତି ଅଧିକ। ଅଧୂକ କେନ୍ଦ୍ରମନ୍ତ୍ରୀ ଅଛନ୍ତି ରାଜସ୍ଥାନରୁ। ଏହାସତ୍ତ୍ବେ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ଙ୍କ ପ୍ରଶାସନିକ ଦୁର୍ବଳତା ସେଠାରେ ଦଳକୁ ମହଙ୍ଗା ପଡ଼ିଛି।

ଅଢ଼େଇ ବର୍ଷ ଭିତରେ ଭାଜପା ସରକାରଙ୍କ ବିରୋଧରେ ଏକ ସରକାର ବିରୋଧୀ ହାୱା ସୃଷ୍ଟି ହେବା ଭଲ ଲକ୍ଷଣ ନୁହେଁ। କିଛି କାମ ହେଉ ନାହିଁ ବୋଲି ତଳକୁ ତଳ ପ୍ରଚାର ଦାନା ଧରିସାରିଲାଣି। ମୋହନ ଗୋଷ୍ଠୀ ଓ ଧର୍ମେନ୍ଦ୍ର ଗୋଷ୍ଠୀ ଭାବେ ଭାଜପା ଦୁଇ ଭାଗରେ ବିଭକ୍ତ । ଏହା ମଧ୍ୟ କର୍ମୀ ମହଲକୁ ଭାଗଭାଗ କରିଦେଇଛି। ଲୋକଙ୍କୁ ନବୀନ ସରକାର ଓ ମୋହନ ସରକାର ଭିତରେ ତୁଳନା କରିବାକୁ ବାଧ୍ଯ କରିସାରିଲାଣି ରାଜନୈତିକ ପରିସ୍ଥିତି ।

ଏହା ବିଜଦକୁ ସୁହାଇ ପାରେ। ରାଜସ୍ଥାନରେ ସ୍ୱାଧୀନ ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ସାଧାରଣତଃ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ବିଶେଷ ସୁଯୋଗ ନାହିଁ । କିନ୍ତୁ ଯେଉଁ ସାଧାରଣତ ଭାଟରମାନେ ଗତ ସରକାର ଓ ଏବେର ସରକାର ଉପରେ କ୍ଷୁବ୍ଧ ସେମାନେ ଓଡ଼ିଶା ଜନତା କଂଗ୍ରେସ କିମ୍ବା କଂଗ୍ରେସ ଆଡ଼କୁ ମୁହାଁଇ ପାରନ୍ତି। କଂଗ୍ରେସ କୌଣସି ସ୍ଥିତି ରୁ ଫାଇଦା ଉଠାଇବା ଅବସ୍ଥାରେ ନାହିଁ । ଏହି କାରଣରୁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଅନେକ ଅଜବ ଫଳ ଦେଖାଇବା ସମ୍ଭାବନାକୁ କଦାପି ଏଡ଼ାଇ ଦିଆଯାଇ ପାରିବ ନାହିଁ। ରାଜସ୍ଥାନରେ ୧୦ଟି ମହାନଗର ନିଗମରୁ ଭାଜପା ଜିଣିଛି ମାତ୍ର ୪ଟି। ଓଡ଼ି ଶାରେ ରାଉରକେଲା ଓ ସମ୍ବଲପୁରକୁ ମିଶାଇ ୫ଟି ମହାନଗର ନିଗମ । କିନ୍ତୁ କି ତୃଣମୂଳ ସ୍ତରରୁ ଆସୁଥିବା ସୂଚନା ଅନୁସାରେ ଦଳୀୟ କନ୍ଦଳ ଏବଂ ଅନେକ ବରିଷ୍ଠ ନେତାଙ୍କ ଅସନ୍ତୋଷ ମହଙ୍ଗା ପଡ଼ିପାରେ ଭାଜପାକୁ।

ସ୍ଥିତିରୁ ରକ୍ଷା ପାଇବା ପାଇଁ କେବଳ ଗୋଟିଏ ବିକଳ୍ପ ଅଛି ସରକାରଙ୍କ ପାଖରେ ଯେ କୌଣସି ନା କୌଣସି ବାହାନାରେ ନିର୍ବାଚନ ନ‌କରାଇବା । ଏହା ମଧ୍ୟ ସରକାର ଏବଂ ଦଳ ଉପରେ ଯେ ପ୍ରତିକୁଳ ପ୍ରଭାବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

Leave a Reply

Your email address will not be published. Required fields are marked *