କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଏକ ଭବ୍ୟ ଓ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବିଶେଷ ଅବସରରେ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ, ଘୁମୁରା, ଢେମସା, ଲାଞ୍ଜିଆ ସଉରା ଏବଂ ସମ୍ବଲପୁରୀ ନୃତ୍ୟ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ କଳାକାରମାନଙ୍କ ଗହଣରେ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିବା ସହ ଫଟୋ ଉଠାଇଥିଲେ। ଓଡ଼ିଶାର ଐତିହ୍ୟ, କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ କଳାକାରମାନଙ୍କର ଏହି ପ୍ରଚେଷ୍ଟାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। Post navigation Heavy Rain Alert for Odisha: ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ‘Sagar Kavach’ Mega Mock Drill: ଆଜିଠୁ ଦୁଇଦିନିଆ ଓଡ଼ିଶା ଉପକୂଳରେ ଆରମ୍ଭ ମେଗା ସମରାଭ୍ୟାସ ସାଗର କବଚ