ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ପାଳିତ ହେବାକୁ ଯାଉଛି। ଏହି ବିଶେଷ ଅବସରରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ, ସେପ୍ଟେମ୍ବର ୧୭ ତାରିଖ ସକାଳେ କିମ୍ବା ସନ୍ଧ୍ୟାରେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଦୀପ ପ୍ରଜ୍ଜ୍ୱଳିତ କରି ପ୍ରଧାନମନ୍ତ୍ରୀଙ୍କ ନିରାମୟ ଓ ଦୀର୍ଘାୟୁ ଜୀବନ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନେ ଏହି ଅବସରରେ ନିଜର ଶୁଭେଚ୍ଛା ବାର୍ତ୍ତା ଜଣାଇପାରିବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦୀପ ଜାଳିବା ସହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। Post navigation OMFED To Expand Product Range: ବଜାରକୁ ଆସିବ ଓମ୍ଫେଡ୍ ଆଇସ୍କ୍ରିମ୍ ଓ ପାଣି