ରାଜ୍ୟସଭା ନିର୍ବାଚନ ବିବାଦକୁ ନେଇ ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଦଳୀୟ ନିଷ୍ପତ୍ତି ବିରୋଧରେ ୮ ଜଣ ସଦସ୍ୟ ଭୋଟ୍ ଦେଇଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ପିଟିସନରେ ବିଧାନସଭା ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିବା ଅଭିଯୋଗ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ଉକ୍ତ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା। ମାତ୍ର ବାଚସ୍ପତି ବୈଷୟିକ କାରଣ ଦର୍ଶାଇ ଏହି ପିଟିସନକୁ ଖାରଜ କରିଦେଇଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଅସିଦ୍ଧ ଓ ଏକଚାଟିଆ ଦର୍ଶାଇ ବିଜେଡି ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି ଯେ, ବାଚସ୍ପତି ଏକତରଫା ଭାବେ ନିଷ୍ପତ୍ତି ନେଇଛନ୍ତି ଏବଂ ଦଳକୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦେଇନାହାନ୍ତି। ଏହି ନିଷ୍ପତ୍ତି ବିରୋଧରେ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ ଏବଂ ହାଇକୋର୍ଟ ଏବେ ଏହି ମାମଲାର ବିଚାର କରିବେ।

ସୂଚନା ଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୮ ଜଣ ସଦସ୍ୟ ଦଳୀୟ ହ୍ୱିପ୍ ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ ଦଳୀୟ ନିଷ୍ପତି ବିରୋଧରେ ଯାଇଥିଲେ । ପୂର୍ବରୁ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ଦଳ ନିଲମ୍ବିତ କରିସାରିଥିଲା । ରାଜ୍ୟସଭା ନିର୍ବାଚନ ପରେ ଅନ୍ୟ ୬ ଜଣ ସଦସ୍ୟଙ୍କୁ ନିଲମ୍ବିତ କରିଥିଲା ଦଳ । ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିବାରୁ ସେମାନଙ୍କର ସଦ୍ୟ ପଦ ରଦ୍ଦ ପାଇଁ ବିଜେଡ଼ି ପିଟିସନ୍ ଦାଖଲ କରିଛି ।

 

Leave a Reply

Your email address will not be published. Required fields are marked *