ସରକାରୀ ଚାକିରିରେ ଥାଇ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ଜଣେ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସରକାରୀ ନିୟମାବଳୀ ଉଲ୍ଲଂଘନ କରି ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ଛୁରିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ DRCS କାର୍ଯ୍ୟାଳୟରେ SARCS ଭାବେ କାର୍ଯ୍ୟରତ ତଥା ଭୁବନେଶ୍ୱର ସମବାୟ ମୁଖ୍ୟାଳୟ ସହ ସଂଯୁକ୍ତ ଥିବା ଦୁର୍ଗା ଛୁରିଆଙ୍କୁ ସରକାରୀ ସେବାରୁ ନିଲମ୍ବିତ କରାଯାଇଛି। ଦୁର୍ଗା ପ୍ରସାଦ ଛୁରିଆ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରାଜନୈତିକ କାର୍ଯ୍ୟକଳାପ ଏବଂ ରାଜନୈତିକ ଦଳୀୟ ସଂଗଠନ ସହ ଜଡ଼ିତ ଥିବା ନେଇ ଅଭିଯୋଗ ହୋଇଥିଲା ଯାହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ ର ସ୍ପଷ୍ଟ ଉଲ୍ଲଂଘନ। ସରକାରୀ କର୍ମଚାରୀ ଆଚରଣ ବିଧି ର ନିୟମ-୫ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଇପାରିବେ ନାହିଁ। ଦୁର୍ଗା ପ୍ରସାଦ ରାଜନୈତିକ କାର୍ଯ୍ୟକଳାପ ଓ ଦଳୀୟ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିବା ପରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ଦୁର୍ଗା ପ୍ରସାଦ ଛୁରିଆଙ୍କ ମୁଖ୍ୟାଳୟ ଭୁବନେଶ୍ୱର ରହିବ ଏବଂ ବିନା ପୂର୍ବାନୁମତିରେ ସେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। Post navigation Heavy Rain in Odisha: ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା: ୧୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସୂଚନା Public Grievance Redressal System on WhatsApp: ଓଡ଼ିଶା ପରିବହନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ; ହ୍ୱାଟସ୍ଆପ୍ ଯୋଗେ ହେବ ଅଭିଯୋଗ ଶୁଣାଣି