ଓଡ଼ିଶା ମୋଟର ଭେହିକଲ୍ ବିଭାଗର କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଉଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ପୋଲିସ ତଦନ୍ତରେ କ୍ଷୋଭ ପ୍ରକାଶ କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ଜୁନ୍ ରେ ଟାଉନ୍ ଥାନା ବିଜିପୁର ପୋଲିସ କଲୋନୀରୁ ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କ ଦୁଇଥର ମୃତ୍ୟୁକାଳୀନ ଜବାନବନ୍ଦୀ ରେକର୍ଡ ହୋଇଥିଲା। Post navigation Ganesh Puja Guidelines Issued in Bhubaneswar: ଭୁବନେଶ୍ୱରରେ ଗଣେଶ ପୂଜା ୨୦୨୬ ପାଇଁ ଜାରି ହେଲା ଗାଇଡ୍ଲାଇନ୍: ଡିଜେ, ଫୋଟକା ଉପରେ ଲାଗିଲା ବ୍ୟାନ Five Orangutans Found in Baleshwar: ଭୋଗରାଇରେ ବିରଳ ପ୍ରଜାତିର ୫ଟି ଓରାଙ୍ଗଉଟାନ ଉଦ୍ଧାର