ଦିଲ୍ଲୀରେ ଘଟିଥିବା ଦୁଃଖଦ ବିଲ୍ଡିଂ ଦୁର୍ଘଟଣା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା ଭଙ୍ଗାଯିବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା, ବିଶେଷ କରି ଜରଜର ଅବସ୍ଥାରେ ଥିବା ସ୍କୁଲ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯାଉଛି, ଯେପରି ଭବିଷ୍ୟତରେ କୌଣସି ଅପ୍ରୀତିକର ଘଟଣା ନ ଘଟେ ତାହା ଉପରେ ଗୁରୁତ୍ଵ ଦିଆଯାଉଛି। Post navigation Farmer Registration in Odisha: ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ: ପ୍ରଦୀପ ବଳ ସାମନ୍ତ Nuakhai: Navanna Ritual at Maa Manikeswari Shrine in Kalahandi on September 22