ଧାନ ବିକ୍ରି ପାଇଁ ଚାଷୀମାନଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ରାଜ୍ୟର ମୋଟ ୨୧.୪୨ ଲକ୍ଷ ଚାଷୀ ନିଜର ନାମ ପଞ୍ଜୀକୃତ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷରୁ ଅଧିକ ରହିଥିବା ବେଳେ ଚଳିତ ବର୍ଷ ଏଥିରେ ସାଧାରଣ ବୃଦ୍ଧି ଦେଖିବାକୁ ମିଳିଛି। ସରକାର ଚାଷୀମାନଙ୍କ ସୁବିଧା ପାଇଁ ପଞ୍ଜୀକରଣର ସମୟସୀମାକୁ ୭ ଦିନ ବୃଦ୍ଧି କରିଥିଲେ। ତେବେ ଏହି ସମୟ ସରିବା ପରେ ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। Post navigation Death Toll Rises To 7 in Delhi Satya Niketan Building Collapse All Unsafe Buildings To Be Demolished in Odisha: ରାଜ୍ୟରେ ଭଙ୍ଗାଯିବ ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା