କଟକଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ସଫଳତାର ସହ ଶେଷ ହୋଇଛି। ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ବୈଠକ ପରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସମ୍ବିତ ପାତ୍ର କହିଛନ୍ତି ଯେ, ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଗତ ୨ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ରଖିଛନ୍ତି। ଏଥିସହିତ ବି.ଏଲ. ସନ୍ତୋଷ କର୍ମକର୍ତ୍ତାଙ୍କୁ ଆଗାମୀ ସଂଗଠନ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଦେଇଛନ୍ତି। ଦଳର ସାଂସଦ, ବିଧାୟକ କିମ୍ବା ମନ୍ତ୍ରୀ – ସମସ୍ତେ ସେବାଭାବ ରଖି ଜନସାଧାରଣଙ୍କ ପାଇଁ କାମ କରିବାକୁ ପରାମର୍ଶ ଦିଆଯାଇଛି। ମହିଳା ଆରକ୍ଷଣ ବିଲକୁ ବିରୋଧୀଙ୍କୁ ଟାର୍ଗେଟ କରି ସମ୍ବିତ ପାତ୍ର କହିଛନ୍ତି ମହିଳା ଆରକ୍ଷଣ ବିଲକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରି ନ ଥିବାରୁ ଏବଂ ସହଯୋଗ କରି ନ ଥିବା ନେତା/ଦଳଙ୍କ ବିରୋଧରେ ବୈଠକରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଏହି ବିଲକୁ ସମର୍ଥନ ନ କରିଥିବା ଓ ସହଯୋଗ କରି ନ ଥିବା ନେତାଙ୍କ ବିରୋଧରେ ବିଜେପି ସ୍ୱର ଉତ୍ତୋଳନ କରିଛି। ସଂସଦରେ ଆଇନ ପାରିତ ହେବା ପରେ ମଧ୍ୟ କଂଗ୍ରେସ ଏହାକୁ ସ୍ୱୀକାର କରିନାହିଁ । ଏଥି ସହିତ ଖଣି ନୀତି, ଫାଇଲ ଚୋରି ଓ ସଂସ୍କୃତି ପ୍ରସଙ୍ଗକୁ ନେଇ ସମ୍ବିତ ପାତ୍ର କହିଛନ୍ତି ଏହି ବୈଠକରେ ଏମଏମଡିଆର ଆକ୍ଟ ସମ୍ପର୍କରେ ଆଲୋଚନା ହୋଇଛି। ପୂର୍ବ ସରକାର ନିଜ ପରିବାର ଓ ପ୍ରିୟାପ୍ରୀତି ତୋଷଣ କରି ଚିହ୍ନା ଲୋକଙ୍କୁ ମାଇନ୍ସ ଦେଉଥିଲେ ବୋଲି ଅଭିଯୋଗ କରାଯାଇଛି। ଏହିସବୁ ଦୁର୍ନୀତି ପ୍ରସଙ୍ଗକୁ ଦଳ ସାଧାରଣ ଲୋକଙ୍କ ପାଖକୁ ନେବ। ଏହା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ରିପୋର୍ଟ ଫାଇଲ ଚୋରି ହେବା ନେଇ ବୈଠକରେ ଆଲୋଚନା ହୋଇଛି। ଏବଂ ‘ବନ୍ଦେ ମାତରମ୍’କୁ ନେଇ ବର୍ତ୍ତମାନର ସରକାର ଐତିହାସିକ କାର୍ଯ୍ୟ କରିଛନ୍ତି। ପୂର୍ବରୁ ୧୦୦ ବର୍ଷ ପୂର୍ତ୍ତି ପାଳନ ହୋଇପାରି ନ ଥିବା ବେଳେ ଏବେ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ସୂଚନା ଦିଆଯାଇଛି। Post navigation Building Collapses in Delhi: ଦିଲ୍ଲୀରେ ଭୁଶୁଡ଼ିଲା ପାଞ୍ଚ ମହଲା କୋଠା: ଜଣେ ମୃତ; ଅନେକ ଚାପି ହୋଇରହିଥିବା ଆଶଙ୍କା China Masters 2026: ଭାରତର ତାରକା ବ୍ୟାଡମିଣ୍ଟନ ଯୋଡ଼ି ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ୨୦୨୬