ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଗିରଫ କରାଯାଇଛି।ଲାଞ୍ଚ ଟଙ୍କା ନେଇ ଗାଡ଼ିରେ ଯାଉଥିବା ସମୟରେ ମାର୍ଶାଘାଇ ନିକଟରୁ କଟକ ଓ କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ମିଳିତ ଭାବେ ତାଙ୍କୁ ଧରିଥିଲେ।

ଚଢ଼ାଉ ବେଳେ ତାଙ୍କ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଟଙ୍କାର ସନ୍ଦେହଜନକ ନଗଦ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କାର ବୈଧ ଉତ୍ସ ଦର୍ଶାଇବାରେ ସେ ବିଫଳ ହେବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହ ଗାଡ଼ିଟିକୁ ଜବତ କରିଥିଲେ। ଏହି ସମୟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଟଙ୍କାର ସନ୍ଦେହଜନକ ନଗଦ ରାଶି ଜବତ କରାଯାଇଥିଲା। ସେ ଏହି ଟଙ୍କାର କୌଣସି ବୈଧ ଉତ୍ସ ଦେଖାଇପାରି ନଥିବାରୁ, ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହ ଗାଡ଼ିଟିକୁ ମଧ୍ୟ ଜବତ କରିଥିଲେ।

ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଅଫିସ୍ ଏବଂ ଘରେ ଚଢ଼ାଉ କରାଯାଇଥିଲା। ଘର ଚଢ଼ାଉ ସମୟରେ ଅଧିକ ୪ ଲକ୍ଷ ଟଙ୍କା ଜବତ ହୋଇଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କ ନିକଟରୁ ସର୍ବମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଚଢ଼ାଉ ସମୟରେ ଅନୁପମାଙ୍କ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ଠାବ କରାଯାଇଛି । ୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍, ଢେଙ୍କାନାଳ କାମାକ୍ଷାନଗର ମାର୍କେଟ କମ୍ପ୍ଲେକ୍ସରେ ଗୋଟିଏ ଏମ୍.ଏସ୍ ରଡ୍ ଓ ସିମେଣ୍ଟ ଗୋଦାମ ଏବଂ ବଲାଙ୍ଗୀରରେ ଗୋଟିଏ ଦୋକାନ।ଭୁବନେଶ୍ୱର ଉପକଣ୍ଠରେ ଗୋଟିଏ, ଅନୁଗୋଳରେ ତିନୋଟି ଏବଂ ଢେଙ୍କାନାଳରେ ଗୋଟିଏ ଓ ମୋଟ ୫ଟି ଦାମୀ ଜମି ପ୍ଲଟ୍ ଜବତ ହୋଇଛି।

୨୦୦୩ ମସିହାରୁ ସରକାରୀ ଚାକିରି ଆରମ୍ଭ କରିଥିବା ଅନୁପମା ସାହୁ ୨୦୧୬ ମସିହାରୁ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ସେ ନିଜ ଆୟର କେତେ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି, ସେ ନେଇ ଦୁର୍ନୀତି ନିବାରଣ ବିଭାଗ ଅଧିକ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *