ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଛା (JMM) ର ବରିଷ୍ଠ ନେତା ତଥା ଝାଡ଼ଖଣ୍ଡର ଉଚ୍ଚ ଓ ବୈଷୟିକ ଶିକ୍ଷା, ନଗର ଉନ୍ନୟନ, ପର୍ଯ୍ୟଟନ, କଳା, ସଂସ୍କୃତି, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁଯାୟୀ ସୁଦିବ୍ୟ କୁମାର ସୋନୁଙ୍କୁ ଶନିବାର ବିଳମ୍ବିତ ରାତିରେ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଭୋର ପ୍ରାୟ ୪ ଟା ସମୟରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସେ ଗିରିଡିହ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପ୍ରଥମ ଥର ବିଜୟୀ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ପୁନର୍ବାର ବିଜୟ ହାସଲ କରି ହେମନ୍ତ ସୋରେନଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିଲେ। ତାଙ୍କ ପାଖରେ ଉଚ୍ଚଶିକ୍ଷା ଓ ଆଇଟି ବିଭାଗ ସମେତ ନଗର ବିକାଶ, ପର୍ଯ୍ୟଟନ, ସଂସ୍କୃତି ଏବଂ କ୍ରୀଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ରହିଥିଲା।

Leave a Reply

Your email address will not be published. Required fields are marked *