ରାଜ୍ୟ ତଥା ଦେଶରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସାଇବର ଅପରାଧର ଶିକାର ହୋଇଥିବା ଘଟଣା ସମ୍ନାକୁ ଆସିଛି। ତାଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି। ପ୍ରସନ୍ନଙ୍କ ଫୋନ୍ ହ୍ୟାକ୍ କରି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସାଇବର ପୋଲିସ ପ୍ରଭାବିତ ଫୋନଟିକୁ ନିଷ୍କ୍ରିୟ କରିବା ସହ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ମାର୍ଟଫୋନରୁ କୌଣସି ଆର୍ଥିକ କାରବାର ନକରିବାକୁ ପରାମର୍ଶ ଦେଇଛନ୍ତି। Post navigation Odisha Police Academy Passing Out Parade: ୩୩୬ ନବନିଯୁକ୍ତ SI ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Odisha Governor Meets President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ