ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ୍ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି। ଲଏହି ପରୀକ୍ଷା ପାଇଁ ମୋଟ ୯୭,୧୫୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୫୩,୩୧୪ ଜଣ ସଫଳତା ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ଜୁଲାଇ ୫ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ bseodisha.nic.in କୁ ଯାଇ ନିଜର ଫଳାଫଳ ଯାଞ୍ଚ କରିପାରିବେ। ରେଜଲ୍ଟ ଦେଖିବା ପାଇଁ ପ୍ରାର୍ଥୀଙ୍କୁ ନିଜର ଲଗଇନ୍ କ୍ରେଡେନସିଆଲ୍ (ରୋଲ୍ ନମ୍ବର, ଆବେଦନ ନମ୍ବର ଏବଂ ଜନ୍ମ ତାରିଖ) ଦାଖଲ କରିବାକୁ ପଡ଼ିବ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୧୧ଟାରୁ ନିର୍ଦ୍ଧାରିତ ଫି’ ପ୍ରଦାନ କରି ୱେବସାଇଟ୍ରୁ ନିଜର ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ। ଏହି ସୁବିଧା ହାର୍ଡ କପି ପ୍ରଦାନ ନହେବା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସେହିପରି ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ଉକ୍ତ ୱେବସାଇଟ୍ରୁ ନିଜର OMR ଉତ୍ତର ଖାତା ଡାଉନ୍ଲୋଡ୍ କରିପାରିବେ। Post navigation Odisha First Senior Citizen Pilgrimage Train: ବାରଣାସୀ ଓ ଅଯୋଧ୍ୟା ଅଭିମୁଖେ ବରିଷ୍ଠ ନାଗରିକ Retired Air Marshal Jeetendra Mishra Appointed First CEO Of Ram Mandir Trust