ଓଡ଼ିଶା ଲୋକଭବନ ଏକ ଐତିହାସିକ ସଫଳତା ହାସଲ କରିଛି। ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ମିଳିଛି ପ୍ରତିଷ୍ଠିତ ‘ଗ୍ରୀନ୍ ବିଲ୍ଡିଂ’ ମାନ୍ୟତା।ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ ପକ୍ଷରୁ ଲୋକଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ IGBC ଅଧ୍ୟକ୍ଷ ଏହି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ବିଲ୍ଡିଂ ପରିସରରେ ଶକ୍ତିର ସଠିକ୍ ବିନିଯୋଗ, ସୌର ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ ଏବଂ ପରିବେଶ ଅନୁକୂଳ ପଦକ୍ଷେପ ପାଇଁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି।

 

 

 

Leave a Reply

Your email address will not be published. Required fields are marked *