ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ OSDMA ଦୁଇଟି ପ୍ରମୁଖ ସଂସ୍ଥା ୟୁଏନଡିପି ଏବଂ ସିଭିକଡାଟାଲାବ୍ ସହିତ ୨ଟି ବୁଝାମଣା ପତ୍ର (MoU) ସ୍ବାକ୍ଷର କରିବାକୁ ଯାଉଛି।

ବ୍ୟାପକ ବିପଦ, ରିସ୍କ ଏବଂ ଦୁର୍ବଳତା ଆକଳନ ପାଇଁ ୟୁଏନ୍‌ଡିପି ସହିତ ଚୁକ୍ତିନାମା କରାଯିବ। ବିପର୍ଯ୍ୟୟ ବିପଦ ହ୍ରାସ ଡିପିଆର୍ ପ୍ରସ୍ତୁତି ନିମନ୍ତେ ସିଭିକଡାଟାଲାବ୍ ସହିତ ଭାଗିଦାରୀ କରାଯିବ।ଏହି ଚୁକ୍ତିନାମା ମାଧ୍ୟମରେ ବିପର୍ଯ୍ୟୟ ବିପଦ ପରିଚାଳନାକୁ ଅଧିକ ସୁଦୃଢ଼ ଓ ବୈଜ୍ଞାନିକ ଉପାୟରେ କାର୍ଯ୍ୟକାରୀ କରିବା ପାଇଁ ରଣନୈତିକ ସହଯୋଗ ପ୍ରଦାନ କରାଯିବ।

 

Leave a Reply

Your email address will not be published. Required fields are marked *