ରାଉରକେଲା ସରକାରୀ ସର୍କିଟ ହାଉସରୁ ବନ୍ଧୁକ ଜବତ ମାମଲାରେ ଫେରାର ଥିବା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାଶ୍ୱାନଙ୍କୁ ଓଡ଼ିଶା ପୁଲିସ ବିହାରରୁ ଗିରଫ କରିଛି। ବିହାରର ସମସ୍ତୀପୁର ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ ୧୧ ଦିନ ଧରି ଫେରାର ରହିବା ପରେ ପୁଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ; ଗତ ଅଗଷ୍ଟ ୧୪ ତାରିଖରୁ ସର୍କିଟ୍ ହାଉସରୁ ବେଆଇନ୍ ବନ୍ଦୁକ ଜବତ ହେବା ପରଠାରୁ ପ୍ରକାଶ ଫେରାର୍ ଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୋଲିସ ତାଙ୍କୁ ଦୀର୍ଘ ଦିନ ହେବ ଖୋଜୁଥିଲା। ଶେଷରେ ବିହାରରୁ ତାଙ୍କୁ କାବୁ କରାଯାଇଛି। ପୋଲିସ ଏବେ ଅଭିଯୁକ୍ତ ପ୍ରକାଶ ପାଶ୍ୱାନଙ୍କୁ ଅଧିକ ପଚରାଉଚରା ପାଇଁ ରାଉରକେଲା ଆଣିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସରକାରୀ ଗେଷ୍ଟହାଉସରେ ଅଭିଯୁକ୍ତମାନେ କିପରି ଏକାଧିକ ଦିନ ଧରି ରହିବାକୁ ସକ୍ଷମ ହେଲେ ଏବଂ ଏଥିପାଇଁ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ନିଆଯାଇଥିଲା କି ନାହିଁ, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ବୁକିଂ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ କୋଠରୀ ଆବଣ୍ଟନ ସମ୍ପର୍କିତ ନଥିପତ୍ରକୁ ପୁଲିସ ଯାଞ୍ଚ କରୁଛି। Post navigation Raksha Bandhan Special: ରାକ୍ଷୀ ପୂର୍ଣ୍ଣିମାରେ ଉପହାର: ‘ଆମ ବସ୍’ରେ ଆଜି ମାଗଣା ଯାତ୍ରା କରିବେ ମହିଳା HC issues Show-Cause Notice to Former DGP YB Khurania: ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ