ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସାରା ରାଜ୍ୟରେ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଛି। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସ୍ନେହ ଓ ଭଲପାଇବା ପ୍ରକାଶ କରୁଥିବା ବେଳେ, ଭାଇ ଜୀବନସାରା ଭଉଣୀର ସୁରକ୍ଷା କରିବାକୁ ପ୍ରତିଜ୍ଞା କରିଥାଏ। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦୁଇ ଦିନ ରହୁଥିବାରୁ କେହି କେହି ଆଜି ରାକ୍ଷୀ ବନ୍ଧନ ପାଳନ କରିବାକୁ ସ୍ଥିର କରିଥିବାବେଳେ ଆଉ କିଏ ଆସନ୍ତାକାଲି ପାଳିବେ ରାକ୍ଷୀ ପୂର୍ଣ୍ଣମୀ। ଆଜି ସକାଳ ୯ଟା ୯ ମିନିଟ୍ରୁ ଆରମ୍ଭ ହୋଇ ଆସନ୍ତାକାଲି ସକାଳ ୯ଟା ୪୯ ମିନିଟ୍ ଯାଏଁ ପୂର୍ଣ୍ଣିମା ତିଥି ରହୁଛି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରା ରଜ୍ୟବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମଗ୍ର ରାଜ୍ୟବାସୀ ବିଶେଷ କରି ମୋର ସମସ୍ତ ସ୍ନେହମୟୀ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନଙ୍କ ଗଭୀର ବିଶ୍ୱାସ ଓ ଅତୁଟ ଭଲପାଇବାକୁ ସମ୍ବଳ କରି ରାଜ୍ୟ ସେବାରେ ବ୍ରତୀ ଏହି ଭାଇ ପାଇଁ ଆପଣଙ୍କ ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନ ହିଁ ସର୍ବୋଚ୍ଚ ପ୍ରାଥମିକତା। ସେ ଆଉ ମଧ୍ୟ ଲେଖିଛନ୍ତି ‘ସୁଭଦ୍ରା’ ମାଧ୍ୟମରେ ଆଜି ଯେତେବେଳେ ମୋର ଭଉଣୀମାନେ ନିଜ ସ୍ୱପ୍ନ ସାକାର କରି ଆତ୍ମନିର୍ଭରଶୀଳ ହେଉଛନ୍ତି, ଜଣେ ଭାଇ ଭାବରେ ମୋ ହୃଦୟ ଅପାର ଗର୍ବ ଓ ଆନନ୍ଦରେ ଭରିଉଠୁଛି। ଆପଣଙ୍କ ପ୍ରତ୍ୟେକଟି ସୁଖ-ଦୁଃଖରେ, ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଭାଇ ସଦାସର୍ବଦା ଆପଣଙ୍କ ସାଥୀ ହୋଇ ଛିଡ଼ା ହୋଇ ରହିବ। ମହାପ୍ରଭୁ ଆପଣ ସମସ୍ତଙ୍କ ଜୀବନକୁ ଅପାର ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦିଅନ୍ତୁ। Post navigation 95 Dead in Nepal Floods; Indian Embassy Issues Helpline Numbers, India Sends Humanitarian Aid Raksha Bandhan Special: ରାକ୍ଷୀ ପୂର୍ଣ୍ଣିମାରେ ଉପହାର: ‘ଆମ ବସ୍’ରେ ଆଜି ମାଗଣା ଯାତ୍ରା କରିବେ ମହିଳା