ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ ଫୋର୍ସ (ODRAF)କୁ ଆନୁଷ୍ଠାନିକ ଭାବେ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଭାବେ ଘୋଷଣା କରି ଏହାକୁ ଏକ ସ୍ୱତନ୍ତ୍ର ଓ ଆଧୁନିକ ବିପର୍ଯ୍ୟୟ ମୁକାବିଲା ବାହିନୀରେ ପରିଣତ କରାଯିବ। ଏ ନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି SDRF ଭାବେ ଓଡ୍ରାଫ୍ ପାଇଁ ଜାରି ହେବ ନୂତନ ଏସଓପି ।ନୂତନ ୧୦ଟି ୟୁନିଟ୍ ସହ ସମୁଦାୟ ୩୦ଟି ୟୁନିଟ୍ ହେବ ଅବସ୍ଥାପିତ ।

Leave a Reply

Your email address will not be published. Required fields are marked *