ନନ୍ଦପୁର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି । ଶୌଚ ପାଇଁ ଯାଇଥିଲା ବେଳେ ଦୁଷ୍କର୍ମ ଉଦ୍ୟମ କରି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ନନ୍ଦପୁର ଥାନାରେ ଏତଲା ପରେ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ଫେରାର ରହିଥିବାର ଜଣାଯାଇଛି । ଯୁବତୀଙ୍କୁ ପ୍ରଥମେ କୁନ୍ଦୁଲି ଓ ପରେ କୋରାପୁଟ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।