ସିଏମ୍ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମାଧାନ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ଗୃହରେ ଆଇନ ମନ୍ତ୍ରୀ କହିଛନ୍ତି ଦେଢ଼ ବର୍ଷରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି । ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି । ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜନଶୁଣାଣି ପୋର୍ଟାଲରେ ୧୪,୪୧,୮୩୨ ଅଭିଯୋଗ ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ ୧୩,୦୭,୨୫୩ ଅଭିଯୋଗର ସମାଧାନ କରାଯାଇଛି। ବାକି ୧,୩୪,୫୭୯ ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ। ଏହାର ସମାଧାନ ଖୋଜିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି। Post navigation Tension Between Two Villages In Malkangiri:ମାଲକାନଗିରିର ଦୁଇ ଗାଁ ମଧ୍ୟରେ ଉତ୍ତେଜନା; BNS ୧୬୩ ଜାରି Government Employees Arrested: ଦେଢ଼ ବର୍ଷରେ ୨୦ ଜଣ ପୋଲିସ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ