ଶ୍ରାବଣ ମାସରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅଘଟଣ ଘଟିଛି । ମଧ୍ୟପ୍ରଦେଶରେ ହରଦୌଲ ମନ୍ଦିରର କାନ୍ଥ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି। ଶ୍ରାବଣ ମାସ ପାଇଁ ସାଗର ଜିଲ୍ଲାର ଶାହପୁର ସ୍ଥିତ ହରଦୌଲ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ହଠାତ ମନ୍ଦିର କାନ୍ଥ ଭୁଶୁଡି ପଡିବାରୁ ୯ ଶିଶୁ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଆହତ ହୋଇଛନ୍ତି । ଭଗ୍ନାଂଶ ତଳେ ଆଉ କିଛି ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave a Reply

Your email address will not be published. Required fields are marked *