ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଚଢ଼ାଉ କରିବା ପରେ ତାଙ୍କର ଅମାପ୍ତ କୁବେର ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି। ଯନ୍ତ୍ରୀ ଆଖି ଖୋସି ହୋଇଯିବା ପରି ସମ୍ପତ୍ତି ଠୁଳ କରିଛନ୍ତି। ଯାହାକୁ ଦେଖି ଭିଜିଲାନ୍ସ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ମିଶେଇକି ଏପର୍ଯ୍ୟନ୍ତ ୮୫ଟି ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ପ୍ରଭାସ କୁମାର ପ୍ରଧାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା, ସ୍କୁଟି , କାର , ପୋଷ୍ଟଲ୍ ଡିପୋଜିଟ, ଇନ୍ସୁରାନ୍ସ, ସୁନା, ନଗଦ ଟଙ୍କା ଓ ଆସବା ପତ୍ର ଆଦି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୮ ଲକ୍ଷ ୬୩ ହଜାର ୭୫୩ ଟଙ୍କା ମୂଲ୍ୟର ଆକଳନ କରାଯାଇଥିବା ବେଳେ ନବ ନିର୍ମିତ ୫ମହଲା ଘର , ପୈତୃକ ବାସଭବନ , ଜମି , ଫାର୍ମ ହାଉସ, ମାର୍କେଟ କମ୍ପ୍ଲେକ୍ସ ଓ ୮୫ଟି ପ୍ଲଟ ଆଦି ମିଶାଇ ସ୍ଥାବର ସମ୍ପତ୍ତି ୫ କୋଟି ୧୪ ଲକ୍ଷ ୯୨ ହଜାର ୫୬୧ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ। ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ୩୩ ଲକ୍ଷ ୫୬ ହଜାର ୩୧୫ ଟଙ୍କା ଆକଳନ କରିଛି ଭିଜିଲାନ୍ସ ବିଭାଗ।

ସୂଚନା ମୁତାବକ, କୁବେର ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବାସିନ୍ଦା। ସେ ୧୯୯୪ରେ ଷ୍ଟିପେଣ୍ଡେରି ଇଞ୍ଜିନିୟର ଭାବରେ ଯୋଗଦାନ କରିଥିଲେ | ପରେ ୨୯୯୬ ରୁ ୧୯୯୯ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରିଥିଲେ। ଏହାପରେ ୧୯୯୯ ରୁ ୨୦୦୮ ପର୍ଯ୍ୟନ୍ତ ସେ ବାଲେଶ୍ୱର ଜିଲ୍ଲାରେ ୯ ବର୍ଷ ପର୍ଯ୍ୟନ୍ତ ବାଲେଶ୍ୱରର ଜଳସେଚନ ବିଭାଗର ଏସଡିଓ ରହିଥିଲେ। ପରେ ତାଙ୍କର ପ୍ରମୋସନ ହୋଇ ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହୋଇପାରିଥିଲେ।

ପରବର୍ତ୍ତୀ ସମୟରେ, ସେ ଭଦ୍ରକ ଏବଂ ମୟୂରଭଞ୍ଜରେ ଗୋଟିଏ ବର୍ଷ ଏବଂ ଏମ୍ବ୍ୟାଙ୍କମେଣ୍ଟ ଡିଭିଜନରେ କେନ୍ଦ୍ରାପଡାr ଅଳୀ ଠାରେ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ, ଏହି ସମୟରେ ତାଙ୍କୁ AEE ଏବଂ DEE ଭାବରେ ପଦୋନ୍ନତି ଦିଆଯାଇଥିଲା।

ଡିସେମ୍ବର ୨୦୨୦ରେ, ସେ EE ଭାବରେ ପଦୋନ୍ନତି ପାଇ ସେ ବାଲେଶ୍ୱରକୁ ଫେରିଥିଲେ । ଏବଂ ପରେ ୨୦୨୧ ରେ SE ଏବଂ ଜୁଲାଇ ୨୦୨୪ ରେ CE କୁ ପଦୋନ୍ନତି ପାଇଥିଲେ | କିଛିଦିନ ତଳେ ସରକାର ତାଙ୍କୁ ଆନନ୍ଦପୁର ବ୍ୟାରେଜ ଡିଭିଜନର ମୁଖ୍ୟଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି । ସେ ନୂତନ ପଦୋନ୍ନତି ପାଇ ଘରେ ଉତ୍ସବ ବନାଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାହାକୁ ଫିକା ପକାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *