କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚିପି ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ପ୍ରେସମିଟ୍ରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ କିସର ଜଣେ ଅତିରିକ୍ତ ସିଇଓଙ୍କ ସମେତ ୮ ଜଣଙ୍କୁ ପୋଲିସ ଗିରଫ କରିଛି । ଅତିରିକ୍ତ CEO ପ୍ରମୋଦ ପାତ୍ର, ଟିଜିଟି ବିନୟ କୁମାର ଗୋଚ୍ଛି, ଏକାଡେମିକ୍ କୋର୍ଡିନେଟର ପ୍ରଶାନ୍ତ ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ନାୟକ, ସହକାରୀ ଫିଲ୍ଡ ଅଫିସର ହେମନ୍ତ ମହାପାତ୍ର, ସୁପରଭାଇଜର ଶୁଭକାନ୍ତ ବେହେରା ଓ ସହକାରୀ ଶିକ୍ଷକ ସୁଜାତା ମିଶ୍ର ଗିରଫ ହୋଇଛନ୍ତି । ଅବହେଳା ପାଇଁ କିସ୍ର ଏହି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କହିରଖୁଛୁ ଯେ, ନବମ ଶ୍ରେଣୀ କିସ୍ ଛାତ୍ରଙ୍କୁ ୩ ସହପାଠୀ ହତ୍ୟା କରିଥିଲେ । ଗତକାଲି ବିଳମ୍ବିତ ରାତିରେ ପୋଲିସ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ୩ ନାବାଳକଙ୍କ ଛାତ୍ର ଅଟକ ନେଇ ପ୍ରେସ୍ ରିଲିଜ୍ରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ପୂର୍ବରୁ, ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶବ ରଖି ଧାରଣା ଦେଇଥିଲେ ପରିବାର ଓ ଗ୍ରାମବାସୀ । Post navigation Congress Press Meet: ଲଜ୍ଜା ଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ, କ୍ଷମା ମାଗନ୍ତୁ: ଭକ୍ତ Odisha Politics: ମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି: ବିରଂଚି ନାରାୟଣ ତ୍ରିପାଠୀ