ଆଜି ୭୭ ବର୍ଷରେ ପହଞ୍ଚିଛି ମନ୍ଦିର ମାଳିନୀ ସହର ଆମ ଭୁବନେଶ୍ବର। ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ନୂଆ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ। ରାଜଧାନୀ ଭୁବନେଶ୍ୱରର ଚିତ୍ର ବଦଳିଛି। ଭୁବନେଶ୍ୱରରେ ଜନବସତି ସହିତ ଯାନବାହନ ବଢ଼ିବାରେ ଲାଗିଛି। ଆଗକୁ ମଧ୍ୟ ରାଜଧାନୀର ଆହୁରି ବିକାଶ ହେବ। ଆଜି ଏହି ଅବସରରେ ରବୀନ୍ଦ୍ର ମଣ୍ଡପଠାରୁ କରି ଜୟଦେବ ଭବନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରେଡ୍ କରାଯାଇଛି। ୨୧ଟି ପ୍ଲାଟୁନ ପରେଡରେ ଭାଗ ନେଇଛନ୍ତି । ପୋଲିସ ବିଭାଗ ସହିତ ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଏହା ସହିତ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଜୟଦେବ ଭବନରେ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜନ ହୋଇଛି। ସଂଧ୍ୟାରେ ଉତ୍କଳ ମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଅନ୍ୟପଟେ ୭୭ତମ ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଆସନ୍ତୁ ଆମେ ସମସ୍ତେ ମନ୍ଦିରମାଳିନୀ ଭୁବନେଶ୍ଵରକୁ ଅଧିକ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢ଼ିବା ପାଇଁ ସଂକଳ୍ପ ନେବା। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରକୁ ଦେଶର ଏକ ଶ୍ରେଷ୍ଠ ତଥା ଆଦର୍ଶ ସହର ରୂପେ ଗଢ଼ି ତୋଳିବା ପାଇଁ ସମସ୍ତେ ମିଳିମିଶି ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। Post navigation ଓଡିଆ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ଅପରାଜିତା ଷଡ଼ଙ୍ଗୀ; ଟାର୍ଗେଟ କଲେ ଭୁବନେଶ୍ବର ମେୟର