ରାୟଗଡ଼ା ରେଳ ମଣ୍ଡଳ ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାବେଳେ ଏଥିପାଇଁ ୭୦ କୋଟି ଟଙ୍କା ଆବଣ୍ଟନ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସାଂସଦ ବଳଭଦ୍ର ମାଝୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଡିଜାଇନ୍ ଏବଂ ଯୋଜନା ପ୍ରସ୍ତୁତି ଚାଲିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଡିଜାଇନ୍ ଏବଂ ଯୋଜନା ସରିବା ପରେ ପରବର୍ତ୍ତୀ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି।

ସାଂସଦ ଶ୍ରୀ ମାଝୀ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟି କୃତଜ୍ଞତା ଜଣାଇ କହିଛନ୍ତି ଯେ, ବହୁ ପ୍ରତୀକ୍ଷିତ ତଥା ଜନସାଧାରଣ କେନ୍ଦ୍ରିତ ରାୟଗଡା ରେଳ ମଣ୍ଡଳ ପ୍ରତିଷ୍ଠା ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ମନ୍ତ୍ରୀଙ୍କ ସହ ଆମର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ଏବଂ ମୁଁ ଖୁସି ଯେ ରାୟଗଡା ରେଳ ମଣ୍ଡଳ ଗଠନ ପାଇଁ ପ୍ରାୟ ସମସ୍ତ ବ୍ୟବସ୍ଥା ସମାପ୍ତ ହେବାକୁ ଯାଉଛି। ଠିକ୍ ସମୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ରାୟଗଡା ରେଳ ମଣ୍ଡଳର ପ୍ରତିଷ୍ଠା ଏହି ଅଞ୍ଚଳ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ ଯାହାକି ସଂଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସହାୟକ ହେବ। ଏହି ବିକାଶ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *