7 Places In Odisha Among 10 Most Polluted cities in india Today
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାବାସୀଙ୍କୁ ଆଜି ଚମକାଇ ଦେଇଛି । ଶୁକ୍ରବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି ।
 
ତେବେ ପ୍ରଦୂଷଣରେ ସବୁଠାରୁ ଆଗରେ ରହିଛି ତାଳଚେର । ଏୟାର କ୍ୱାଲିଟି ଇଣ୍ଡେକ୍ଟ ବା ବାୟୁ ଗୁଣବତ୍ତା ସୂଚକାଙ୍କରେ ସମସ୍ତ ପ୍ରଦୂଷିତ ସହରକୁ ପଛରେ ପକାଇ ଦେଇଛି । ଏଠାକାର ବାୟୁ ମାନ ସୂଚକାଙ୍କ (AQI) ୩୮୦ ଛୁଇଁଛି । ଜିଲ୍ଲାରେ ଧୂଳି, କଳକାରଖାନା, ବେଆଇନ ଇଟା ଭାଟି, କ୍ଷେତରେ ନଡ଼ା ଜାଳିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି ।
 
ଏହାସହିତ ଓଡ଼ିଶାର ଅନ୍ୟ ପ୍ରଭାବିତ ସ୍ଥାନଗୁଡ଼ିକ ହେଉଛି ଅନୁଗୁଳ (୩୪୬), କଟକ (୩୨୪), ବାଲେଶ୍ୱର (୩୧୮), ଭୁବନେଶ୍ୱର (୩୧୭), ବାରିପଦା (୩୧୨) ଏବଂ କେଉଁଝର (୩୧୧) ।
 
ଦେଶବ୍ୟାପୀ ଚିହ୍ନଟ ହୋଇଥିବା ବାକି ତିନୋଟି ସହର ହେଉଛି ଆନ୍ଧ୍ରପ୍ରଦେଶର ତିରୁପତି (୩୪୧), ରାଜସ୍ଥାନର ବିକାନେର (୩୨୯) ଏବଂ ମଧ୍ୟପ୍ରଦେଶର ସିଙ୍ଗରୌଲି (୩୨୦) ।

By Nirvay

Leave a Reply

Your email address will not be published. Required fields are marked *